-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ଅବହେଳିତ ଅବସ୍ଥାରେ ବୌଦ୍ଧର ପ୍ରସିଦ୍ଧ ଐତିହ ପୀଠ ରାମେଶ୍ୱର ମନ୍ଦିର

12-Oct-2025



 ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ

ବୌଦ୍ଧ(ନରେନ୍ଦ୍ର ସାହୁ): ଐତିହ ସଂପନ୍ନ ବୌଦ୍ଧଜିଲ୍ଲାରେ ରହିଛି ଅନେକ ପ୍ରଚୀନ ର୍କିିରାଜୀ । ଏହି କୀର୍ତ୍ତିରାଜି ମଧ୍ୟରେ ରହିଛି ବୌଦ୍ଧ ସହର ଉପକଣ୍ଠ ୫୭ ନମ୍ବର ଜାତୀୟ ରାଜପଥ କଡରେ ରହିଥିବା ରାମେଶ୍ୱର ମନ୍ଦିର । ତାରକା ସୂଚିତ ମନ୍ଦିର ସମୁହର ମୁଖ୍ୟ ଆରାଧ୍ୟ ଦେବତା ହେଉଛନ୍ତି ରାମେଶ୍ୱର । ର୍ବମାନ ଏହି ମନ୍ଦିର ସମୁହରେ ପରିଦୃଶ୍ୟ ତିନୋଟି ମନ୍ଦିର ପଶ୍ଚିମ ସୋମନଥ,ଭୂବନେଶ୍ୱର ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି । ଏହି ମନ୍ଦିର ସମୁହ ନବମ ଶତାଦ୍ଦୀରେ ସୋମବଂଶ ରାଜାମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ସବୁ ମନ୍ଦିର ଗୁଡିକ ଅଷ୍ଟକୋଣ ନକ୍ସାରେ ନିର୍ମିତ । ମନ୍ଦିର ମଧ୍ୟରେ ପୂଜା ପାଉଥିବା ଲିଙ୍ଗର ଶକ୍ତି ଗୁଡିକ ମଧ୍ୟ ଅଷ୍ଟକୋଣୀ ଯାହା  ଅନ୍ୟତ୍ର ଦେଖାଯାଏ ନାହିଁ । ମନ୍ଦିର ଗୁଡିକ ସ୍ୱତନ୍ତ୍ର ନାଲି ରଙ୍ଗର ପଥର ଉପରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖିଲେ ଯେ କେହିବି ଅଭିଭୂତ ହୋଇପଡିବ । ୧୯୫୮ ମସିହାରେ ଏହି ପ୍ରାଚୀନ ଐତିହ ସମ୍ପନ୍ନ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟୀତ୍ୱ ଭାରତୀୟ ପ୍ରତ୍ନତ୍ୱତ ବିଭାଗ ଅଧିନରେ ରହିଛି । ଏହାସତ୍ୱେ ଏହି ପ୍ରସିଦ୍ଧ ଐତିହ ପୀଠ ଆଜିବି ଅବହେଳିତ ଅବସ୍ଥାରେ ରହିଛି । ମନ୍ଦିରର ଆଖି ଦୃଶିଆ ବିକାଶ ହୋଇପାରିନାହିଁ । ରାମେଶ୍ୱର ମନ୍ଦିର ପରିସରରେ ଯେତିକି ଆଲୋକିକରଣର ଆବଶ୍ୟକତା ରହିଥିବା ବେଳେ ସେତିକି ଆଲୋକିକରଣ ହୋଇ ପାରିନଥିବାରୁ ସନ୍ଧ୍ୟାହେଲେ ଏକ ପ୍ରକାରର ଏଠି ଅନ୍ଧାର ରାଜୁତି କରୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ମନ୍ଦିର ଗୁଡିକ ବହୁ ପୁରୁଣା ହୋଇଥିବାରୁ ଧିରେ ଧିରେ ନାଲି ରଙ୍ଗର ପଥର ସବୁ ନଷ୍ଟ ହେବାକୁ ବସିଲାଣି । ରକ୍ଷଣ ବେକ୍ଷଣର ଅଭାବ ଯୋଗୁଁ ର୍ବମାନ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଅଧିକ ବର୍ଷା ହେଲେ ମନ୍ଦିର ପାଣି ଗଳୁଥିବାର ଅଭିଯୋଗ ହେଉଛି । ଏହାର ତୁରନ୍ତ ରକ୍ଷଣବେକ୍ଷଣ କରାନଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ । ମନ୍ଦିରକୁ ଲାଗି ରହିଥିବା ପୋଖରୀର ପୁଃନରୁଦ୍ଧାର ଆବଶ୍ୟକତା ରହିଛି । ଏହାସହ ଏଠାରେ ପର୍ଯ୍ୟଟକଙ୍କ ଆକୃଷ୍ଟ କଲାଭଳି ଯୋଜନାର ଆବଶ୍ୟକତା ରହିଛି । ଯାହାଫଳରେ ପର୍ଯ୍ୟଟକମାନେ ଆସିଲେ କିଛି ସମୟ ବିତାଇ ପାରିବେ । ରାମେଶ୍ୱର ମନ୍ଦିର ପରିସର ମଧ୍ୟରେ ନିର୍ମିତ ଗୋଟିଏ ମଣ୍ଡପରେ ନଟରାଜ ଉଗ୍ରତାରା ଆଦି ଅନେକ ର୍ମୂି ପୂଜା ପାଉଛନ୍ତି । ସେଠାରେ ଭୂମି ସ୍ପର୍ଶ ମୁଦ୍ରାରେ ଏକ ବୁଦ୍ଧମୂର୍ତି ପୂଜା ପାଉଛନ୍ତି । ଦକ୍ଷିଣ ପଶ୍ଚିମ କୋଣରେ ଥିବା ଭୂବନେଶ୍ୱର ମନ୍ଦିର ପାଶ୍ୱର୍ କାନ୍ଥରେ ଅନେକ ବୁଦ୍ଧର୍ମୂି ଖୋଦିତ ହୋଇଛି । ଐତିହାସିକମାନେ ଏହାକୁ ବୌଦ୍ଧଧର୍ମରେ ତନ୍ତ୍ରଯାନ ପ୍ରବେଶ ସମୟରେ ନିର୍ମାଣ କରାଯାଇଥିବା ବୋଲି ମତ ପ୍ରକାଶ କରିଛନ୍ତି । ମୁଖ୍ୟ ରାମେଶ୍ୱର ମନ୍ଦିରଟି ଦୁର୍ବଳ ହୋଇ ପଡିଥିବାରୁ ଭଗ୍ନାବସ୍ଥାକୁ ବିଚାର କୁ ନେଇ ତତ୍କାଳିନ ରାଜାଙ୍କ ୧୯୩୬ ମସିହାରେ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଥିପାଇଁ ପାଶ୍ୱର୍ରେ ଏକ ଛୋଟ ମନ୍ଦିରରେ ରାମେଶ୍ୱର ମହାଦେବ ପୂଜା ପାଉଛନ୍ତି । ୧୯୪୭ ମସିହାରେ ଦେଶ ସ୍ୱାଧିନ ହେବା ପରେ ରାଜତନ୍ତ୍ରର ଅବସାନ ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା ।ପରିସର ମଧ୍ୟରେ ଥିବା ଅର୍ଦ୍ଧ ନିର୍ମିତ ମନ୍ଦିରକୁ ଦେଖିଲେ ଜଣାପଡେ ଯେ ମନ୍ଦିରଟି ସଂପୂର୍ଣ୍ଣ ହୋଇଥିଲେ ଓଡିଶାର ଏକ ସୁନ୍ଦର ମନ୍ଦିର ହୋଇପାରିଥାନ୍ତା । ମନ୍ଦିରଟି ଜାତୀୟ ରାଜପଥ କଡରେ ରହିଥିବାରୁ ରାସ୍ତାଦେଇ ଯାଉଥିବା ପର୍ଯ୍ୟଟକମାନେ ଏଠାରେ ଓହ୍ଲାଇ ଦର୍ଶନ କରି ଯାଇଥାନ୍ତି । ପ୍ରତିଦିନ ଦୁଇଶହରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିବାର ଜଣାପଡିଛି । ଜାତୀୟ ରାଜପଥ କଡରେ ମନ୍ଦିରଟି ହୋଇଥିବାରୁ ଗାଡି ଗୁଡିକର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡିକୁ ରଖିବାକୁ ପଡୁଛି । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏହି ପ୍ରାଚୀନ ଐତିହ ମନ୍ଦିର ସୁରକ୍ଷା ଓ ବିକାଶ ପାଇଁ ସରକାର ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like