-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ହରଗୈ।ରୀ ଯାତ୍ରା ର ଷଷ୍ଠ ଦିନରେ ଦେବାଙ୍ଗ ଦମ୍ପତି ଙ୍କ ଏକ ଦିକ୍ଷାନ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବ୍ରହ୍ମପୁର ରୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଆସିଥିବା ଶ୍ରୀ ବାସଭେସ୍ଵର ସ୍ଵାମୀ ଙ୍କ ପରମ ଭକ୍ତ ଗୁରୁ ଶ୍ରୀ ବି କିରଣ କୁମାର ଦେବାଙ୍ଗ ସଂପ୍ରଦାୟର ୫୪ ଗୋଟି ଯୋଡି ଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ସେପଟେ ମାଁ ବୁଢିମାଙ୍କ ଠାରେ ସ୍ଵତନ୍ତ୍ର ରୀତି ନୀତି ଅନୁଯାୟୀ ପୂଜାପାଠ ସହ ହରଗୈ।ରୀ ଙ୍କ ପୀଠରେ ଆଜି ମହାପୂଜା ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା ଆଜି କର୍ତ୍ତା ଭାବରେ ମାଲକାନଗିରି ଜିଲ୍ଲା ମାଥିଲି ର ଆର୍ ରମେଶ ସପତ୍ନୀକ କାର୍ଯ୍ୟ ତୁଲାଇଥିଲେ। ସଂଧ୍ୟା କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶା ର ବେଶ ଜଣାଶୁଣା ପାରାୟଣ ଗାୟିକା ବର୍ଷା ରାଣୀ ତ୍ରିପାଠୀ ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ ପରିବେଷଣ କରିଥିଲେ। ସେହିପରି ଗତକାଲି ସନ୍ଧ୍ୟାରେ ବୀର ମହାରାଜ ପୁର ର ଭକ୍ତି ଆରଧନା ଭଜନ ସମାରୋହ କାର୍ଯ୍ଯ କ୍ରମ ଓ ଗୁରୁବାର ଦିନ ରେକର୍ଡ ଡ୍ୟାନ୍ସ କାର୍ଯ୍ଯ କ୍ରମ ପରିବେଷଣ କରା ଯାଇଥିଲା l ଏହି ସାଂସ୍କୃତିକ କାର୍ଯ୍ଯ କ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l