-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2025
ସୁବର୍ଣ୍ଣପୁର(ପ୍ରେରଣା ଖବର)( ମନୋରଞ୍ଜନ ତ୍ରିପାଠୀ) ମହାଳୟା ଠାରୁ ଆରମ୍ଭ ହୋଇଥିବା ମା ଲଙ୍କେଶ୍ଵରୀଙ୍କ ଦଶହରା ମହାଆଳତୀର ଦଶହରା ସନ୍ଧ୍ୟାରେ ଶେଷ ହୋଇଯାଇଛି l ଶାରଦୀୟ ନବରାତ୍ରୀ ଉପଲକ୍ଷେ ମହାନଦୀ ଗର୍ଭରେ ଥିବା ମା ଲଙ୍କେଶ୍ବରୀ ଉଦ୍ଦେଶ୍ୟରେ ଏହି ମହା ଆଳତୀ ୬ ବର୍ଷ ହେବ ମା ଲଙ୍କେଶ୍ଵରୀ ମହା ଆଳତୀ କମିଟି ପକ୍ଷରୁ ଧୁମଧାମ ରେ ପାଳିତ ହୋଇ ଆସୁଛି l ସଂସାର ର ତଥା ସୁବର୍ଣ୍ଣପୁର ବାସୀ ଙ୍କ ମଙ୍ଗଳ କାମନା ପାଇଁ ଏବଂ ମହାନଦୀ ର ସୁରକ୍ଷା ତଥା ସ୍ବଚ୍ଛତା ଉଦ୍ଦେଶ୍ୟରେ ଏହି ମହା ଆଳତୀ ଆୟୋଜନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ତଥା ସାମ୍ୱାଦିକ ଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରାଯାଉଥିବା ବେଳେ ସ୍ଥାନୀୟ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି l ତେବେ ଆସନ୍ତୁ ଜାଣିବା ମା ଲଙ୍କେଶ୍ବରୀ ଙ୍କ ବିଷୟରେ କିଛି କଥା l ଦେବୀ କାହିଁ ଆବାହମାନ କାଳରୁ ସୋମବଂଶୀ ଶାସନ କାଳରେ ୧୦୪୦ ଖ୍ରୀଷ୍ଟାବ୍ଦ ରୁ ପୂଜା ପାଇ ଆସୁଛନ୍ତି l ଯେଉଁ ଶିଳା ରେ ଦେବୀ ପୂଜା ପାଉଛନ୍ତି ଏକ ଶିଳା ଲେଖ, ସାତବହନି ଚିତ୍ର, ବିଷ୍ଣୁପାଦ, ଚକ୍ର ଚିହ୍ନ ଉତ୍କିର୍ଣ୍ଣ ହୋଇଥିବା ଦେଖାଯାଏ l କଥାରେ ଅଛି ପୂଜକ ଦିନେ ପ୍ରସାଦ ଅର୍ପଣ କରି ସାରି କଳସି ଗଡୁ ଛାଡ଼ି ଆସିବାରୁ ନେବା ପାଇଁ ପୁଣି ଫେରିବାରୁ ପୀଠରେ ସାତ ଭଉଣୀ ପ୍ରସାଦ ସେବନ କରୁଥିଲେ ନଜିର ଅଛି l ପରେ କୈବର୍ତ୍ତ ସମାଜ ର ଉଦ୍ୟମ କ୍ରମେ ନଦୀ ଗର୍ଭ ରେ ଏକ ସୁନ୍ଦର ମନ୍ଦିର ନିର୍ମାଣ ସହ ମା ଙ୍କ ମୁଗୁନି ପଥର ରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି l ମନ୍ଦିର ନିର୍ମାଣ ପରେ ପୀଠ ର ପ୍ରଚାର ପ୍ରସାର ହେବା ସହ ପର୍ଯ୍ୟଟକ ଙ୍କ ଏବେ ସୁଅ ଛୁଟୁଛି l ମା ଙ୍କ ପୀଠରେ ଚୈତ୍ର ମାସରେ ମା ଙ୍କ ଯାତ୍ରା ସହର ପରିକ୍ରମା କରିଥାଏ l ବନ୍ୟା ସମୟରେ ପୂର୍ଣ୍ଣ ଗର୍ଭା ନଦୀ ଯେତେବେଳେ ନଦୀ ପାଣି ଦେଖିଲେ ଡର ଲାଗେ ସେତେବେଳେ ନାଉରୀ ତଥା କୈବର୍ତ୍ତ ମାନେ କେବଳ ମା ଙ୍କ ସାହା ଭରସା ରେ ହିଁ ସଫଳତା ର ସହ ପାରି କରୁଥିବା କଥା ଲୋକ ବିଶ୍ୱାସ କରିଥାନ୍ତି l