-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

କୋର୍ଟମାମଲାରେ ଫସିରହିଛି ବଲାଙ୍ଗୀର ପୂର୍ତ୍ତବିଭାଗ ବାଇପାସ ରାସ୍ତାନିର୍ମାଣ; ୧୫ବର୍ଷରେ ସରିଛି ମାତ୍ର ୫୦% କାମ

29-Sep-2025



ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀରରେ ବାଇପାସ କାମ ସରିବ ଓ ଭାରିଜାନ ଏହି ବାଇପାସଦେଇ ଗଲେ ଘଟୁଥିବା ଦୁର୍ଘଟଣା କମିବ। ଏହି ଆଶା ରଖିଛନ୍ତି ବଲାଙ୍ଗୀରବାସୀ । କିନ୍ତୁ ବଲାଙ୍ଗୀରବାସୀଙ୍କ ଏହି ସ୍ୱପ୍ନ କେବେ ପୂରଣ ହେବ ତାହା ଦେଖିବାର ଅଛି । କାହିଁକିନା ବଲାଙ୍ଗୀର ସହରରେ ଚାରିକଡେ ନିର୍ମାଣ ହେବାକୁଥିବା ବାଇପାସ ବିଳମ୍ବିତ ହୋଇଚାଲିଛି । ପ୍ରଥମକରି ଆରମ୍ଭ ହୋଇଥିବା ପୂର୍ତ୍ତବିଭାଗର ବାଇପାସ କାମ ଗତ ୧୫ବର୍ଷ ଭିତରେ ମାତ୍ର ୫୦% କାମ ସରିଛି ଓ ଏବେ ବାକିକାମ ହେଲା ବେଳକୁ ସୁପ୍ରିମକୋର୍ଟର ଏକ ମାମଲାରେ ଫସିରହିଛି । ଗତ ୨୦୨୩ର ଏକ ଟେଣ୍ଡର ପ୍ରକ୍ରୀୟାକୁ ବଲାଙ୍ଗୀରର ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସରକାର ଯଥେଷ୍ଟ କାରଣ ନଥାଇ ବାଇପାସକାମର ଟେଣ୍ଡରକୁ ରଦ୍ଦ କରିଦେଇଥିବା ନେଇ ରାହୁଲ ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା କରିଛନ୍ତି । ଫଳରେ ଏହି କୋର୍ଟମାମଲା ନସରିବା ପର୍ଯ୍ୟନ୍ତ ବାଇପାସ କାମ ଫସିରହିବ ବୋଲି ଜଣାପଡିଛି ।
    ପ୍ରକାଶ ଯେ,ଗତ ୨୦୦୯ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ ରାଜ୍ୟସରକାରରେ ପୂର୍ତ୍ତବିଭାଗର ମନ୍ତ୍ରୀ ଥିବା ବେଳେ ଜାତୀୟରାଜପଥ-୨୬ର ମାଧିଆପାଲିଠାରୁ ସଦାଇପାଲିଦେଇ ଲର୍କିପାଲି ପର୍ଯ୍ୟନ୍ତ ୫.୫ କିମି ରାସ୍ତାକୁ ଇଡକୋ ବିଭାଗରୁ ନିର୍ମାଣ କରାଇଥିଲେ । ସେ ସମୟରେ ପ୍ରସ୍ତାବ କରାଯାଇଥିଲା ଯେ,ମାଧିଆପାଲିଠାରୁ ସଦାଇପାଲି, ଲର୍କିପାଲି,ଧୂମାମରା,ଗନ୍ଧରେଲ ଦେଇ ବିଜାଖମନ ପର୍ଯ୍ୟନ୍ତ ପ୍ରାୟ ୧୪ କିମି ବାଇପାସ ରାସ୍ତା ନିର୍ମାଣ ହେବ । ସେହି ହିସାବରେ ଡିଜାଇନ କରି ସରକାରଙ୍କ ଅନୁମୋଦନ ନେଇ ଆବଶ୍ୟକ ଜଙ୍ଗଲଜମି ଓ ଘରୋଇଜମିର ଅଧିଗ୍ରହଣ ପ୍ରକ୍ରୀୟା ଆରମ୍ଭ କରିଥିଲେ । ୨୦୧୧ ମସିହା ପର୍ଯ୍ୟନ୍ତ ଇଡୋକ ଜମିରେ ମାଧିଆପାଲିଠାରୁ ଲର୍କିପାଲି ପର୍ଯ୍ୟନ୍ତ ଚାନ୍ଦଲିପାହାଡ ପର୍ଯ୍ୟନ୍ତ ୫. କିମି ରାସ୍ତା ୯କୋଟି ଟଙ୍କାରେ ନିର୍ମାଣ ହୋଇଗଲା । କିନ୍ତୁ ବାକି ରାସ୍ତାକାମ ଆଉ ହୋଇପାରିଲା ନାହିଁଁ । ପରେ ଘରୋଇ ଜମି ଅଧିଗ୍ରହଣ କରାଯାଇ ଲର୍କିପାଲିଠାରୁ ଧୂମାମରା ପର୍ଯ୍ୟନ୍ତ ୨.୨କିମି ରାସ୍ତାକୁ ପୂର୍ତ୍ତବିଭାଗ ନିର୍ମାଣ କରିଛି । ଏବେ ଆଉ ବାକି ୬.୮ କିମି ବାଇପାସ ରାସ୍ତାକାମ ନିର୍ମାଣ ହେବାକୁ ଅଛି । ଏଥିପାଇଁ ୧୭.୫୦ ଏକର ଜଙ୍ଗଲଜମିର ଅନୁମତିର ଆବଶ୍ୟକତା ରହିଥିଲା । ଘରୋଇ ଜମିର ମାଧ୍ୟ ଅଧିଗ୍ରହଣ କରାଗଲା । ବନବିଭାଗ ଡିଜିପିଏସ ସର୍ଭେ ପରେ ଆବଶ୍ୟକ କାଗଜପତ୍ର ଦାଖଲ କଲାପରେ ଜଙ୍ଗଲଜମିର କେନ୍ଦ୍ରିୟ ପରିବେଶ ବିଭାଗର ଅନୁମତି ମିଳିସାରିଛି । ପୂର୍ତ୍ତବିଭାଗ ବିକଲ୍ପ ବନୀକରଣ ପାଇଁ ୩ କୋଟି ୨୫ଲକ୍ଷ ଟଙ୍କା ଜମା ମଧ୍ୟ କରିସାରିଛି । ପ୍ରଶାସନ ସିନ୍ଦୁରବାହାଲ ମୌଜାରେ ୩୪ଏକର ବନିକରଣ ପାଇଁ ସରକାରୀ ଜମିଦେଇସାରିଛି । ଏବେ ପ୍ରଶାସନିକ ଓ ପରିବେଶଗତ ଅନୁମତି ପାଇସାରି ୨୦୨୩ ମସିହାରେ ଟେଣ୍ଡର ବାହାରିଥିଲା । ଆଗ୍ରହୀ ଠିକାସଂସ୍ଥାମାନେ ଟେଣ୍ଡରରେ ଭାଗ ନେଇଥିଲେ । ଟେଣ୍ଡର ପ୍ରକ୍ରୀୟା ସରିଲା ବେଳେ ସରକାର ଟେଣ୍ଡରକୁ ବାତିଲ କରିଦେଲେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପ୍ରାୟ ଦେଢବର୍ଷ ହୋଇଗଲା ପରେ ମଧ୍ୟ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଫଳରେ ପୂର୍ତ୍ତବିଭାଗର ବାଇପାସ କାମ ଝୁଲି ରହିଛି । ଏନେଇ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଆଶୁତୋଷ ଜେନାଙ୍କୁ ପଚାରିବାରୁ କୋର୍ଟର ମାମଲା ନସରିବା ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି କହିଛନ୍ତି । ଠିକ ସେହିପରି କୋର୍ଟର ଦ୍ୱାରସ୍ଥ ହୋଇଥିବା ଠିକାଦାର ରାହୁଲ ମିଶ୍ରଙ୍କୁ ପଚାରିବାରୁ ସରକାରଙ୍କ ନୀୟମ ମୁତାବକ ଆମେ ଟେଣ୍ଡର ପ୍ରକ୍ରୀୟାରେ ଭାଗନେଇଥିଲୁ । କିନ୍ତୁ ସରକାର କୌଣସି କାରଣ ନଥାଇ ଟେଣ୍ଡରକୁ ବାତିଲ କରିଦେଲେ ,ସେଥିପାଇଁ ମୁଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like