-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ନବରଙ୍ଗପୁର-(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଠାରେ ଆଜି ମାଁ ଦୂର୍ଗା ପୂଜା ଅବସରରେ ବେଲ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ରୀତିନୀତି ରେ ମାଁ ଠାକୁରାଣୀ ମନ୍ଦିର ରୁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଡାବୁଗାଁ ଦୂର୍ଗାପୂଜା କମିଟି ତରଫରୁ ଆୟୋଜିତ ଏହି କଳସ ଯାତ୍ରା ରେ ଡାବୁଗାଁ ଅଂଚଳର ମା ଭଉଣୀ ମାନେ ୧୦୮ କୋଳସ ରେ ଜଳ ଧରି ଦୁର୍ଗା ମଣ୍ଡପ ନିକଟରେ ପହଂଚି ଥିଲେ। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ନିୟମ କୁ ଅନୁକରଣ କରା ଯାଇଛି।କଳସ ଯାତ୍ରା ପରେ ଆଜି ଠାରୁ ମା ଦୁର୍ଗାଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତିରେ ଅୟଜନ କରା ଯାଇଛି ଗ୍ରାମବସି ଏବଂ ପୂଜା କମିଟିର ସଦର୍ଶ ମାନଙ୍କ ଉଦ୍ୟମରେ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି।ଏବର୍ଷର ମୁଖ୍ୟ ଆକର୍ଷଣ ହେବ ଡାବୁଗାଁରେ ରାବଣ ପଡି ସହ ସଂକୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବାର ଯୋଜନା ରହିଛି ।