-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସାମାନ୍ୟ ବର୍ଷା ହେଲେ ବ୍ରିଜ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି।ଯାହା ଫଳରେ ଯିବା ଆସିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦେଖିବାକୁ ମିଳିଛି ବିନିକା ଏନଏସି ଅଧିନସ୍ତ ଗୁଲାପଡ଼ା ଗ୍ରାମରେ ।ମୁଖ୍ୟ ରାସ୍ତା ରୁ ଯୋଗେଶ୍ୱର ମନ୍ଦିର ଦେଇ ଉକ୍ତ ଗ୍ରାମକୁ ଗଲେ ଏକ ବ୍ରିଜ ରହିଛି ।ସାମାନ୍ୟ ବର୍ଷା ହେଲେ ଅଥବା ଯଦି ମହାନଦୀରେ ବନ୍ୟା ପାଣି ପ୍ରବାହିତ ହୁଏ ତେବେ ଉକ୍ତ ବ୍ରିଜ ଉପରେ ପାଣି ପ୍ରବାହିତ ହୁଏ ।ଫଳରେ ଲୋକେ ଯା ଆସ କରି ନପାରି ବେଲପଡ଼ା ଛକ ଦେଇ ବୁଲିବାକୁ ପଡେ ।ଏହି ସମସ୍ୟା ଆଜିର ନୁହେଁ।ଏହା ଦୀର୍ଘ ବର୍ଷ ହେଲା ଲାଗି ରହିଛି।ହେଲେ ଉଚ୍ଚ ପୋଲ ଟିଏ ନିର୍ମାଣ ହୋଇ ପାରୁନାହିଁ ।ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ନା ପ୍ରଶାସନ ଶୁଣିଛି ନା ରାଜନେତା ଶୁଣୁଛନ୍ତି ।କେହି ବି ଦୃଷ୍ଟି ଦେଉନାହାନ୍ତି ।ଫଳରେ ବର୍ଷା ମାସ ଆସିଲେ ଗ୍ରାମବାସୀଙ୍କୁ ଯିବା ଆସିବା ନେଇ ସମସ୍ୟା ଭୋଗିବାକୁ ପଡ଼ିଥାଏ ତେଣୁ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବୀ ଏହି ବ୍ରିଜ ଉପରେ ଉଚ୍ଚ ପୋଲ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।