-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଅଭାବି ସାରଯୋଗାଣକୁ ନେଇ ବିଜେଡି ଦଳର ଜିଲ୍ଲା କୃଷିଭବନ ଘେରାଉ,ପୋଲିସ ସହିତ ଠେଲାପେଲା

18-Sep-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରୁ କୃଷିମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଚାଷୀମାନେ ୨୭୦ ଟଙ୍କାର ସାରକୁ ୮୦୦ ଟଙ୍କାଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡିଦଳ ପକ୍ଷରୁ ଜିଲ୍ଲା କୃଷିଭବନକୁ ଘେରାଉ କରି ହୋହଲ୍ଲା କରିଛନ୍ତି । ଏପରିକି କୃଷିଭବନକୁ ଧସେଇ ପଶିଲା ବେଳେ ବିଜେଡିକର୍ମିମାନଙ୍କ ସହ ପୋଲିସର ଠେଲାପେଲା ହୋଇଛି । ଏହା ସହିତ ଗତକାଲି କୃଷିଭବନ  ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କିମ୍ବା ଜିଲ୍ଲା ପରିଷଦ ସଭାପତି ତଥା ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରି ନିମନ୍ତ୍ରଣ ଦିଆଯାଇନଥିବା କିମ୍ବା ନାମ ଫଳକରେ ନାମଦେଇନଥିବାରୁ ବିଜେଡିଦଳ ଏହାର ତୀବ୍ରପ୍ରତିବାଦ କରିଛି । ଆଜି ନିଜେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କର୍ମିମାନଙ୍କ ସହ ଉଦଘାଟନୀ ଫଳକରେ ବାର୍ଣ୍ଣିଶରଙ୍ଗ ଲଗାଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ନାମ ଲିଭାଇଦେଇଛନ୍ତି । ଜିଲ୍ଲାକୁ ଯଥେଷ୍ଟ ସାର ଯୋଗାଇ ଦିଆ ଯାଇଥିବା କଥା ସରକାର କହୁଥିବା ବେଳେ ପ୍ରକୃତରେ କିନ୍ତୁ ଚାଷି ସାର ପାଉନାହାଁନ୍ତି । ୟୁରିଆ ପ୍ୟାକେଟ ପିଚ୍ଛା ୮୦୦ରୁ ୧୦୦୦ ଟଙ୍କା ଦେଇ ଚାଷି କିଣୁଛି ଓ ଅଯଥା ଖର୍ଚ୍ଚାନ୍ତ ହେଉଛି । ତେଣୁ ଆଜି ଦିନ ୧୧.୩୦ମିରେ ବିଜେଡିଦଳ ହଜାର ସଂଖ୍ୟାରେ ନେତା ଓ କର୍ମିମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି କୃଷିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ପ୍ରତିବାଦ ସଭାକରି ରାଜ୍ୟର

ବିଜେପିସରକାରକୁ ନେତାଗଣ ତୀବ୍ର ସମାଲୋଚନା କରିଥିଲେ । ସଦରବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଗୋଲାପ ବାଗଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠନେତା ତଥା ଆଇନଜୀବି ଜୟରାମ ମିଶ୍ର,ଜିଲ୍ଲା ମହିଳା ବିଜେଡିସଭାପତି ଦମୟନ୍ତି ବାଘ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ସଦର ବ୍ଲକର ଅଧ୍ୟକ୍ଷା ସରିତା ବାଗ,ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ଜିଲ୍ଲା ବିଜୁ ଯୁବଜନତା ଦଳର ସଭାପତି ରାଜେନ୍ଦ୍ର ହୋତା,ବରିଷ୍ଠନେତା କୈଳାସ ମହାନ୍ତି,ବିଧୁଭୂଷଣ ତ୍ରୀପାଠୀ,ଦେଓଗାଁ ବ୍ଲକର ଅନ୍ତର୍ଯ୍ୟାମୀ ଭୋଇ,ଶୈଳେନ୍ଦ୍ର ସାହୁ,ଛବିଳ ବେହେରା,ଘୁଣ୍ଡୁଗୋପାଳ ମିଶ୍ର,ସଦର ବ୍ଲକର ପ୍ରଦ୍ୟୁମ୍ନ ହୋତା,ଛାତ୍ରବିଜେଡିର ସଭାପତି ସୁମନ ନନ୍ଦ,ନଗର ସଭାପତି ଶମ୍ଭୁ ନାଗ,ପାଲେଶ୍ୱର ଭୋଇ,ନୀହାରରଂଜନ ସ୍ୱାଇଁ ପ୍ରମୁଖ ରାଜ୍ୟର ବିଜେପିସରକାରକୁ ତୀବ୍ରସମାଲୋଚନା କରିଥିଲେ । ବିଜେଡିନେତା ଗଣ ପ୍ରଶ୍ନ କରିଥିଲେ ଯେ,ବିଧାୟକ କଳିକେଶନାରାୟଣ ସିଂଦେଓ ସମୀକ୍ଷା କଲା ବେଳେ ଜିଲ୍ଲାରେ ଯଥେଷ୍ଟ ସାର ଥିବା କୃଷିଅଧିକାରୀ କହିଥିଲେ । କିନ୍ତୁ ଚାଷିମାନଙ୍କୁ ସାର ମିଳୁନାହିଁ କାହିଁକି? ସାର ଯୋଗାଣରେ କୃଷିମନ୍ତ୍ରୀ ବ୍ୟାପକ ଦୁନିତୀ କରିଥିବା ଓ ଧାନର ଦର ବଢିଥିବାରୁ ଚାଷିଙ୍କୁ ହଇରାଣ କରି ଅମଳ କମାଇବାକୁ ସରକାର ଏଭଳି ଚାଲ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଚଳିତ ବର୍ଷ ଚାଷିପଞ୍ଜିକରଣରେ ମଧ୍ୟ ଚାଷିଙ୍କୁ ହଇରାଣ କରାଯାଇଥିବା ବେଳେ ସାର ଯୋଗାଣରେ ଦୁର୍ନୀତି  କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଠିକ ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୃଷିମନ୍ତ୍ରୀ ଦାୟୀତ୍ୱରେ ଥିବା ବେଳେ ବଲାଙ୍ଗୀର ଜିଲ୍ଲାର ନ୍ୟାର୍ଯ୍ୟଦାବି କୃଷିବିବିଶ୍ୱବିଦ୍ୟାଳୟକୁ ଅନ୍ୟ ଜିଲ୍ଲାକୁ ଚାଲିଯିବା ଘଟଣାକୁ ନେଇ ବିଜେଡିନେତାଗଣ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ତେବେ କୃଷିଭବନକୁ ବିଜେଡିକର୍ମିମାନେ ଧସେଇ ପଶିଥିବା ବେଳେ ପୋଲିସ ସାଙ୍ଗରେ କିଛିସଂମୟ ଠେଲାପେଲା ହୋଇଥିବା ଦେଖାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like