-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
18-Sep-2025
ବରପାଲି: (ସୁଦାମ ଦୀପ)
ବରଗଡ ଜିଲ୍ଲା ଲେଣ୍ଡା ସ୍ଥିତ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ 'ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର'ର ୧୯୧ତମ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଶ୍ରୀ'ର ସଭାପତି ମନୋରଂଜନ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଲେଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ସ୍ବାଇଁ ଓ ମୁଖ୍ୟ ବକ୍ତା ଭାବେ ଇଂରାଜୀ ବିଭାଗର ଶିକ୍ଷକ ତଥା ସାହିତ୍ୟିକ ସରୋଜ କୁମାର ଦାଶ ଯୋଗଦେଇ ପୁସ୍ତକର ଗୁରୁତ୍ଵ ଓ ମହତ୍ତ୍ଵ କଥା ବର୍ଣ୍ଣନା ପୂର୍ବକ ପୁସ୍ତକ ମନ ଓ ଚରିତ୍ରକୁ ନିର୍ମଳ କରିବା ସହ ଚିନ୍ତା ଓ ଚେତନାକୁ ପ୍ରସାରିତ କରି ମଣିଷକୁ ସମାଜର ଉଚ୍ଚ ସ୍ତରରେ ପହଞ୍ଚାଇ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପୁସ୍ତକ ପ୍ରଦର୍ଶନୀରୁ ପସନ୍ଦ ମୁତାବକ ପୁସ୍ତକ ଚୟନ କରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖି ପ୍ରିତିମୟୀ ଦାଶ- ପ୍ରଥମ, ପ୍ରିୟଙ୍କା ସାହୁ-ଦ୍ବିତୀୟ, ଚିତ୍ର ରେଖା ବେହେରା ଓ ରାଖୀ ପ୍ରଧାନ- ତୃତୀୟ ସ୍ଥାନ ହାସଲ କରି ପ୍ରମାଣ ପତ୍ର ଓ ପୁସ୍ତକ ଗ୍ରହଣ କରି ପୁରସ୍କୃତ ହେଇଥିଲେ। କାର୍ଯ୍ୟକ୍ରମକୁ ଆବାହକ ଡକ୍ଟର ରବିନାରାୟଣ ସାହୁ ପରିଚାଳନା କରିଥିଲେ ।