-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସ୍ଥିତ ତୋଷାଳି ବିଦ୍ୟାମନ୍ଦିରରେ ବିଶ୍ବକର୍ମା ପୂଜା ଦିନ ଏକ ନୂତନ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧି (AI) ସମ୍ପନ୍ନ କମ୍ପ୍ୟୁଟର ଲ୍ୟାବ୍ର ଉଦ୍ଘାଟନ କରାଯାଇଛି। ଏହି ନୂତନ AI ସମ୍ପନ୍ନ କମ୍ପ୍ୟୁଟର ଲ୍ୟାବ୍ରେ ଉଚ୍ଚଗତି ସଂଯୋଜିତ କମ୍ପ୍ୟୁଟର, ସ୍ମାର୍ଟ ଇଣ୍ଟର୍ଆକ୍ଟିଭ୍ ବୋର୍ଡ, ଡିଜିଟାଲ ଲର୍ଣ୍ଣିଂ ସଫ୍ଟୱେୟାର ସହିତ ଉତ୍କୃଷ୍ଟ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି। ଏଥିରେ ଛାତ୍ରଛାତ୍ରୀମାନେ କୃତ୍ରିମ ବୁଦ୍ଧି, ଡିଜିଟାଲ ନବୀନତା ତଥା ପାଠ୍ଯ ପୁସ୍ତକ ସମ୍ବନ୍ଧୀୟ ଆଧୁନିକ ଜ୍ଞାନ ଅଧ୍ୟୟନ କରିପାରିବେ। ଛାତ୍ରଛାତ୍ରୀମାନେ ଏହି ନୂତନ ସୁବିଧାରେ ଉତ୍ସାହ ପ୍ରକାଶ କରିଥିଲେ ଓ ଏଥିରେ ନିଜର ପ୍ରାକ୍ତିକ ଅନୁଭବ ଆହରଣ କରିବାକୁ ଆଗ୍ରହ ଦେଖାଇଥିଲେ। ବିଦ୍ଯାଳୟର ସମସ୍ତ ଛାତ୍ର ଛାତ୍ରୀ ମାଗଣାରେ ଏହାର ଲାଭ ଉଠାଇ ପାରିବେ । ବିଦ୍ଯାଳୟର ପରିଚାଳନା କମିଟିର ହେମନ୍ତ କୁମାର ସାହୁ ପୂଜାର୍ଚ୍ଚନା କରିଥିବା ବେଳେ ପୂର୍ବତନ ସିଆରସିସି ଶ୍ଯାମ ସୁନ୍ଦର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିଦ୍ୟାଳୟର ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ବର୍ତ୍ତମାନ ଯୁଗରେ କମ୍ପ୍ଯୁଟର୍ ଓ AI ର ଉପଯୋଗିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । କମ୍ପ୍ଯୁଟର୍ ପ୍ରଶିକ୍ଷିକା ନିବେଦିତା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।