-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର,) ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ ମାନେ।ଆଜିର କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ ସୁଭଦ୍ରା ହେଲ୍ପ ଡେସ୍କ ମୁଖ୍ୟ ଚୈତନ ବିଷୟୀ। ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡାବୁଗାଁ ସିଡିପିଓ ମିନତୀ ଦାସ, ସଂମ୍ମାନିତ ଅତିଥି ଭାବେ ସୁପ୍ରବାଇଜର ପ୍ରଣମିତା ପଟ୍ଟନାୟକ, ରଜାଲିନ ପ୍ରଧାନ, ସାଇରା ବନୁ, କୁମକୁମ ସେନାପତି, ବିମଳା କୁମାରୀ ନାୟକ, ବିପିଓ ନବୀନ ଭତ୍ରା ପ୍ରମ୍ମୁଖ ଯୋଗଦେଇଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ଜିପିଏଲଏଫ ସମ୍ପାଦିକା ପ୍ରିୟଦର୍ଶିନୀ ପାତ୍ର ସହ ସୁଭଦ୍ରା ହିତାଧିକାରୀ ମା ଭଉଣୀ ମାନେ ଏବଂ ଅଙ୍ଗନୱାଡି ଦିଦି ମାନେ। ଡାବୁଗାଁ ସିଡିପିଓ ଆସିଥିବା ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ସୁଭଦ୍ରା ଯଜନା ବିଷୟରେ ଆଲୋଚନା କରିଥିଲେ।