-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
ଡୁଙ୍ଗୁରିପାଲି, ତା ୧୦/୯:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ପଚମାଡି ଦିବସ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ତଥା ସୋନପୁର ଜିଲ୍ଲା ସ୍କାଉଟ୍ କମିଶନର ଦୀନବନ୍ଧୁ ପ୍ରଧାନ ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପଚମାର୍ହି ର ସଂସ୍କୃତି, ଇତିହାସ, ଭୌଗୋଳିକ ପରିସର ତଥା ପଚମାରି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ସଭାରେ ପୂର୍ବତନ ସ୍କାଉଟ୍ କିରଣ କୁମାର ପଟେଲ ପାୱାର ପଏଣ୍ଟ ପ୍ରଦର୍ଶନ କରି ପଚମରି ଦିବସ ଉପରେ ଆଲୋଚନା କରିଥିଲେ। । ଖେଳ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସ୍କାଉଟ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।
କାର୍ଯ୍ୟକ୍ରମକୁ ସ୍ନିଗ୍ଧା ପ୍ରଧାନ, ନିକିତା ଦୀପ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।