-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
ନବରଙ୍ଗପୁର :(ପ୍ରିୟଦର୍ଶିନୀ ପାତ୍ର) ଲୋଦି ଠାରେ ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ଓ ଡାବୁଗାଁ ସ୍ଵାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।ଏହି ଶିବିର ରେ ଡାକ୍ତର ବଦ୍ରି ପ୍ରସାଦ ନାୟକ ୧୫୩ ଜଣ ରୋଗୀଙ୍କୁ ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ।ନବରଙ୍ଗପୁର ଵନଖଣ୍ଡ ଅଧିକାରୀ ଶ୍ରୀମତୀ କିରଣ ବାଲା ସାମନ୍ତରାୟ ଯୋଗଦାନ କରି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ।ଶିବିର କୁ ଡାବୁଗାଁ ରେଞ୍ଜ ଅଧିକାରୀ ସନ୍ତୋଷ କୁମାର ସୁନାନୀ, ଫରେଷ୍ଟର ଅମିତ୍ ଅଧିକାରୀ,ଡିସେମ୍ବର ମୁଦୁଲି,ମଧୁସ୍ମିତା ତୁରୁକ୍,ଫରେଷ୍ଟ ଗାର୍ଡ ଦେବବ୍ରତ ନାୟକ ଓ ସ୍ୱର୍ନପ୍ରଭା ସାହୁ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମ ପାଇଁ ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ କୁ ଗ୍ରାମବାସୀମାନେ ଧନ୍ୟବାଦ ଜଣାଇଥିଲେ।