-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ନବରଙ୍ଗପୁର (ପ୍ରେରଣା ଖବର) ନବରଙ୍ଗପୁର ତାଲାପଦରେ ନିର୍ମାଣଧୀନ ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଡିଓ ଅସିତ୍ ପାତ୍ର ନିଲମ୍ବିତ ହେଲେ । ଅସିତ୍ ପାତ୍ରଙ୍କୁ ନିଲମ୍ବନ କଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ।ଗତ ୧୭ ତାରିଖ ଦିନ ଗିରଫ ହୋଇ ଉମରକୋଟ ସବ୍ ଜେଲରେ ଅଛନ୍ତି ଏସଡିଓ ଅସିତ୍ ପାତ୍ର । ପୂର୍ବରୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ କୁମାର ବିଶ୍ବାଳ ଫେରାର ଅଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତାଲାପଦର ଗ୍ରାମଠାରେ ନାଗୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଥିଲା । ସେଣ୍ଟ୍ରିଂ ଦୁର୍ବଳ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଘଟଣ ଘଟିଥିଲା । ପୋଲ ଭୁଶୁଡି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ ।