-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ରେଙ୍ଗାଲି କ୍ୟାମ୍ପ(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଥିବା ମାଁ ଦୁର୍ଗା ମନ୍ଦିର ଠାରେ ଶାରଦୀୟ ନବରାତ୍ର ଦୁର୍ଗା ପୂଜା ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ଆଶ୍ୱିନ ଶୁକ୍ଳ ପ୍ରତିପଦ ସୋମବାର ସକାଳ ୯ ଘଣ୍ଟା ୩୦ ମିନିଟ ମଧ୍ୟେ କଳସ ଅଧିବାସ ଓ ୧୧ଘଣ୍ଟା ୩୦ ମିନିଟ ସମୟରେ ସାମୁହିକ ଦ୍ଵିପ ପ୍ରଜ୍ବଳନ ପାଇଁ ଆଜି କର୍ତ୍ତା ବରଣ ହୋଇଯାଇଛି। ସ୍ଥାନୀୟ ରେଙ୍ଗାଲି କ୍ୟାମ୍ପ ରେ ନିଜସ୍ଵ ବାସଭବନରେ ରହୁଥିବା ଅରୁଣ ହୋତା ଓ ଧର୍ମପତ୍ନୀ ପ୍ରତିମା ହୋତା ଙ୍କୁ କର୍ତ୍ତା ବରଣ ପାଇଁ ଅତାବିରା ଦୁର୍ଗା ପୂଜା କମିଟି ପହଞ୍ଚିଥିଲେ । ପଣ୍ଡିତ କାଶୀନାଥ ମିଶ୍ର ,ସୁରେନ୍ଦ୍ର ମହାପାତ୍ର,ଓ ଧରଣୀଧର ମିଶ୍ର ପୂଜା ଅର୍ଚ୍ଚନା କରି ବରଣ କହିଥିଲା ।ଏହି କାର୍ଯ୍ୟକ୍ରମରେ ଅତାବିରା ଗ୍ରାମ୍ୟ କମିଟି ସଭାପତି ଦୈତାରି ପ୍ରଧାନ,ପୂଜା କମିଟି ସଭାପତି ସୁରେନ୍ଦ୍ର ସ୍ୱାଇଁ,ସିଦ୍ଧାର୍ଥ ଶଙ୍କର ପଣ୍ଡା,ବନମାଳୀ ବରିହା, ଡ଼ା,ରାମ କୈଳାଶ ଅଗ୍ରୱାଲ,ଅବିନାଶ ପ୍ରଧାନ,ରାଜେଶ ପ୍ରଧାନ, ଅମିଶ ତୁର୍ଖିଆ,ବିମଳେଶ୍ଵର ପ୍ରଧାନ,ସୁରେନ୍ ପ୍ରଧାନ,ଉନି କ୍ରିଷ୍ଣା ନାୟାର,ପ୍ରମୁଖ ଉପସ୍ଥିତ ରହିଥିଲେ ।