-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
03-Sep-2025
ବୀରମହାରାଜପୁର( ବିନୋଦ ପାଣ୍ଡେ)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଏ ଠାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରତାପ ଶଙ୍କର ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ଶତପଥୀ ମଞ୍ଚାସୀନ ଥିଲେ । ଦୟାନିଧି ହୋତା ସ୍ବାଗତ କରିଥିବା ବେଳେ କୃଷ୍ଣଚନ୍ଦ୍ର ମଲ୍ଲିକ ଆବାହନୀ ସଂଗୀତ ଗାନ କରିଥିଲେ।ସଭାରେ ଅତିଥିବୃନ୍ଦଙ୍କ ସହିତ ଅନୁଷ୍ଠାନର ଦୀନବନ୍ଧୁ ମେହେର, ଜ୍ଞାନେନ୍ଦ୍ର ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସନ୍ତୋଷ ଷଡ଼ଙ୍ଗୀ, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଦିଲ୍ଲିପ ତ୍ରିପାଠୀ,କାଲିଆ ପ୍ରଧାନ, ଇନ୍ଦ୍ରଜିତ ପ୍ରମୁଖ,ସୁରୁ ସାହୁ ପ୍ରମୁଖ ନୂଆଁଖାଇ ଓ ଆମର ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ। ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ସମସ୍ତେ ଏକତା ସୂତ୍ରରେ ଆବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଭାପତି ଆହ୍ବାନ କରିଥିଲେ। ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା,ଚମରା ମହାକୁର, ଦିଲ୍ଲିପ ମିଶ୍ର, ଗୋପୀନାଥ ମହାକୁର, ପ୍ରଶାନ୍ତ ସେଠୀ,ଅକ୍ରୂର ଦନ୍ତା, ଧୀରେନ୍ଦ୍ର ବାଘ, ଜମ୍ବେଶ୍ଵର ପ୍ରଧାନ, ରତ୍ନାକର ମହାକୁର,ଉମେଶ ରଥ,ସତ୍ୟ ନାରାୟଣ ନାୟକ, ବଳରାମ କାଣ୍ଡ, ଇନ୍ଦ୍ରଜିତ ପ୍ରମୁଖ, ଜୀତେନ୍ଦ୍ର ପ୍ରଧାନ, ଧନୁର୍ଦ୍ଧର ମିର୍ଦ୍ଧା, ନାରାୟଣ ପ୍ରସାଦ ନାୟକ ପ୍ରମୁଖ ୪୦ଜଣ ସଦସ୍ୟ ଯୋଗଦାନ କରିଥିଲେ ।