-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

25-Aug-2025



କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସରକାରଙ୍କ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରତିନିଧିତ୍ୱ କରୁଛନ୍ତି । ଏହା ସହିତ ବଲାଙ୍ଗୀରବାସୀଙ୍କ ଭୋଟପାଇ ତାଙ୍କ ପତ୍ନୀ ସଂଗୀତାକୁମାରୀ ସିଂଦେଓ ସାଂସଦ ହୋଇଛନ୍ତି । ତଥାପି ବିଜେପିସରକାର ବଲାଙ୍ଗୀରର ନ୍ୟାର୍ଯ୍ୟଦାବିକୁ ଅଣଦେଖା କରିଛି । ବଲାଙ୍ଗୀରର ବିଜେଡି ବିଧାୟକ କଳିକେଶନାରାୟଣ ସିଂଦେଓ ବଲାଙ୍ଗୀର ଜିଲ୍ଲାବାସୀଙ୍କ ଦାବିକୁ ବିଧାନସଭାରେ ଉପସ୍ଥାପନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ନିଜ ଜିଲ୍ଲାବାସୀଙ୍କୁ ଧୋକାଦେଲେ ବୋଲି ଆଜି କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉକରି ବିଜେଡିଦଳ ଗର୍ଜିଛି । ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ,ଗତ ଏକ ଦଶନ୍ଧୀଧରି ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜନଅନ୍ଦୋଳନ ଜରିଆରେ ଦାବି ହୋଇଆସୁଛି । କିନ୍ତୁ ଏବେ ସରକାର ବଲାଙ୍ଗୀର ବଦଳରେ ସମ୍ବଲପୁରରେ ଏହାକୁ କରିବାକୁ ନିସ୍ପତ୍ତି ନେଇଛନ୍ତି । ବଲାଙ୍ଗୀର ଜିଲ୍ଲା ବାରମ୍ବାର ଉପେକ୍ଷିତ ହୋଇଚାଲିଛି । ବିଗତ ନବୀନ ପଟ୍ଟନାୟକ ସରକାର ଅମଳରେ ବଲାଙ୍ଗୀର ଜିଲ୍ଲାରେ ଲୋୟରସୁକତେଲ ଜଳସେଚନପ୍ରକଲ୍ପ,ଭୀମଭୋଇ ମେଡିକାଲ କଲେଜ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ସ୍ଥାପନ କରାଯାଇଥିଲା । କିନ୍ତୁ ରାଜ୍ୟରେ ସରକାର ବଦଳି ବିଜେପି ସରକାର ଆସିଲା ପରେ ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣମନ୍ତ୍ରୀ ଥାଇସୁଦ୍ଧା କୌଣସି ପ୍ରକଲ୍ପ ଆସିପାରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ବଲାଙ୍ଗୀର ବିଜେଡି ନଗର ସଭାପତି ଶମ୍ଭୁପ୍ରସାଦ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ,ପୌରାଧ୍ୟକ୍ଷା ଲିକା ସାହୁ,ବରିଷ୍ଠନେତା ଲକ୍ଷ୍ମଣ ମେହେର,ପ୍ରଭାସ ପାଣିଗ୍ରାହୀ,ଭଗବାନ ବଗର୍ତ୍ତି,ପାଣ୍ଡବ କୁମ୍ଭାର,ମହିଳା ସଭାନେତ୍ରୀ ଦମୟନ୍ତି ବାଘ,ଏଡଭୋକେଟ ଜୟରାମ ମିଶ୍ର,ଅମରେଶ ତ୍ରୀପାଠୀ,କୈଳାଶ ମହାନ୍ତି, ବିଧୁଭୂଷଣ ତ୍ରୀପାଠୀ, ଗୁଲାବ ବାଗ,ସୁଶୀଳ ଚାନ୍ଦ,ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ପ୍ରଦ୍ୟୁମ୍ନ ହୋତା, ଛାତ୍ର ବିଜେଡି ନେତା ସୁମନ ନନ୍ଦ,ଆଇଟିସେଲର ବିଭୁତିଭୁଷଣ ମିଶ୍ର ପ୍ରମୁଖ ବିଜେପିସରକାରଙ୍କୁ ତୀବ୍ରସମାଲୋଚନା କରିଥିଲେ । ପ୍ରଭାସ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ କୃଷିବିଶ୍ୱବିଦ୍ୟାଳୟ ବଦଳରେ ରାଇସମିଲ ପ୍ରିତିରେ ପଡିଛନ୍ତି ବୋଲି କଟାକ୍ଷ କରିଥିବା ବେଳେ ଯୁବବିଜେଡି ସଭାପତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଘ ଜଣେ ଦାଦନସର୍ଦ୍ଦାର ହୋଇଥିବା ଯୋଗୁଁ ଦାଦନଶ୍ରମିକଙ୍କ ସମସ୍ୟାପ୍ରତି ସରକାର ଦୃଷ୍ଟିପାତ କରୁନଥିବା ଅଭିଯୋଗ ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଦତ୍ତ ବେହେରା,ଲେଙ୍କା ସାହୁ,ପ୍ରମୋଦ ବହିଦାର, ସାଗରସଙ୍ଗମ ଶତପଥି, ସନ୍ତୋଷ ଦନ୍ତା, ନରସିଂହ ବାଘ, ଗୁଞ୍ଜ ଖାନ, ମହେନ୍ଦ୍ର ବାଘ, ମୁନା ଖାନ,ମୁନୁ ପୋଢ,ଗଙ୍ଗାଧର ଚାନ୍ଦ, ସୁଦାମ ସାହୁ,ପବିତ୍ର ନେପାକ,ଅନ୍ତର୍ଯ୍ୟାମୀ ଭୋଇ,ଗୋପାଳ ମିଶ୍ର, ଟିଟୁ ସାହୁ ପ୍ରମୁଖଙ୍କ ସହିତ ଶତାଧିକ ସଂଖ୍ୟାରେ ପୁରୁଷ/ମହିଳା ଯୋଗ ଦେଇଥିଲେ । ଏହି ଅବସରରେ ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା । ସଭା ଶେଷରେ ବିଜେଡି ନେତାମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରାଜସ୍ୱ ଅମଲା ସଂଘର ଧାରଣାସ୍ଥଳୁକୁ ଯାଇ ସମର୍ଥନ ଜଣାଇ ଥିଲେ । ବିଜେଡିନେତାଗଣ କହିଥିଲେ ଯେ, ପୂର୍ବ ସରକାର ଅମଳରେ କର୍ମଚାରୀମାନେ ଆନ୍ଦୋଳନ କଲେ ଆଲୋଚନା କରାଯାଉଥିଲା । କିନ୍ତୁ  ଗତ ୧୫ଦିନ ହେଲା ଆନ୍ଦୋଳନ ଚାଲିଥିଲେ ହେଁ ଏହି ସରକାରର କେହି ମଧ୍ୟ ଆଲୋଚନା କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like