-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
25-Aug-2025
କଣ୍ଟାବାଞ୍ଜି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ଦେଶର ଅନନ୍ୟ ପ୍ରାକ୍ ଐତିହାସିକ ରାଣୀପୁର ଝରିଆଲ ପିଠର ଐତିହାସିକ ମହତ୍ତ୍ୱ , ଆସ୍ଥା ଓ ବିଶ୍ବାସର ଗୁରୁତ୍ବ, ନିର୍ମାଣଶୈଳୀ ଓ ସ୍ଥାପତ୍ୟ ଏବଂ ତାର ଉନ୍ନତି ବିଷୟରେ ଚର୍ଚ୍ଚା କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ସିନ୍ଧେକେଲା ଯାଇ ରାଣୀପୁର ଝରିଆଲ ଟ୍ରଷ୍ଟ କମିଟିର ଆବାହକ ଅନୀଲ ତ୍ରିପାଠୀ ଙ୍କ ସହ ସାକ୍ଷାତ କରି ତାଙ୍କ ସହ ରାଣୀପୁର ଝରିଆଲ ପୀଠର ଐତିହାସିକତା ଗୁରୁତ୍ୱ, ପିଠରେ ମନ୍ଦିର ମାନେ ବିଭିନ୍ନ ଦିଗକୁ ମୁହଁ କରିଥିବା, ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ଲାଲ୍ ପୋଡ଼ା ଇଟାରେ ତିଆରି ହୋଇଥିବା ସୁଉଚ୍ଚ ଇନ୍ଦ୍ରଲାଟ ମନ୍ଦିରର ସ୍ଥାୟୀତ୍ବ , ଏହି ପୀଠରୁ ବହୁ ମୁର୍ତ୍ତି ବିଭିନ୍ନ ସ୍ଥାନକୁ ବିଭିନ୍ନ ସମୟରେ ଚାଲାଣ ଏବଂ ତାକୁ ଫେରାଇ ଆଣିବାକୁ ନେଇ ଚିନ୍ତା। ଏବଂ ଦୀର୍ଘ ୧୪ ଶହ ବର୍ଷ ପରେ ମନ୍ଦିର ମାଳିନୀ ରାଣୀପୁର ଝରିଆଲ ପାଇଁଁ ସରକାର ଆର୍ଥିକ ଅନୁଦାନ ଘୋଷଣା ତଥା ସେହି ଅର୍ଥରେ ହେବାକୁ ଥିବା ବିକାଶ ଓ ଉନ୍ନତି ର ଡିପିଆର ବିଷୟରେ ବିସ୍ତୃତ ଆଲୋଚନା କରି ଅନେକ ବିଷୟରେ ନିଜର ଜ୍ଞାନ ବର୍ଦ୍ଧନ କରିଥିଲେ। ଶେଷରେ ବିଳମ୍ବରେ ହେଲେ ସୁଦ୍ଧା ବିକାଶ ଓ ଉନ୍ନତି ପାଇଁ ସରକାର ତତ୍ପରତା ପ୍ରକାଶ କରିଥିବାରୁ ଆବାହକଙ୍କ ସହ ଉପସ୍ଥିତ ଅଧ୍ୟାପକ ଶ୍ରୀ ମିଶ୍ର ଓ ସମସ୍ତ ଛାତ୍ରଛାତ୍ରୀ ଧନ୍ୟବାଦ୍ ଜଣାଇ ଥିଲେ।
ସିନ୍ଧେକେଲାରୁ ଅନୀଲ କୁମାର ତ୍ରିପାଠୀଙ୍କ ରିପୋର୍ଟ