-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ସାନଖେମୁଣ୍ଡି, (ପ୍ରେରଣା ଖବର ବ୍ୟୁରୋ) : ଦିଗପହଣ୍ଡି ସମେତ ଆଖପାଖ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଦିଗପହଣ୍ଡି ଏନ୍ ଏ ସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ନିରାଡମ୍ବର ସହକାରେ ଆୟୋଜିତ ଉତ୍ସବରେ ହଠାତ୍ ଏକ ଅଘଟଣ ଘଟିଲା। ସ୍ଥାନୀୟ ଏନ୍ ଏ ସି କାର୍ଯ୍ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପତାକାକୁ ଓଲଟା ବନ୍ଧାଯାଇଥିବା ଜଣାପଡିଥିଲା। ଉପସ୍ଥିତ କିଛି ବୁଦ୍ଧିଜୀବି ଓଲଟା ପତାକା ଉତ୍ତୋଳନ କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବାସହ ସେଠାରେ ଥିବା କିଛି କର୍ମଚାରୀଙ୍କୁ ପାଖକୁ ଡାକି ଦୃଢ଼ ପ୍ରତିବାଦ କରିଥିଲେ।
ପରବର୍ତ୍ତୀ ସମୟରେ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏନ୍ ଏସି କର୍ମଚାରୀମାନେ ପୁଣିଥରେ ଜାତୀୟ ପତାକାକୁ ତଳକୁ ଓହ୍ଲାଇ ଠିକ୍ ଢଙ୍ଗରେ ପତାକାଟିକୁ ବାନ୍ଧିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପ୍ରଥମେ ଏଭଳି ଅଭିଯୋଗକୁ ଅସ୍ବୀକାର କରିଥିଲେ। ପରେ ସମସ୍ତ ପ୍ରମାଣ ସିଦ୍ଧ ଭିଡିଓ କ୍ଲିପ୍ ଏବଂ ଫଟୋ ଧରିତ୍ରୀ ପାଖରେ ରହିଛି ବୋଲି କହିବା ପରେ ସେ ନିଜର ଦୋଷକୁ ସ୍ବୀକାର କରିବା ସହ ଭୁଲ୍ ହୋଇଯାଇଥିବା ଉଲ୍ଲେଖ କରିଥିଲେ।