-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

କିଲିମାଞ୍ଜାରୋ ର ଉଚ୍ଚତମ ଶୃଙ୍ଗ ରେ ତ୍ରିରଙ୍ଗା ଉଡ଼ାଇଲେ ଆଶୀର୍ବାଦ

18-Aug-2025



ଅତାବିରା(ଆକାଶ ମିଶ୍ର): ଆଫ୍ରିକା ମହାଦେଶ ର କିଲିମାଞ୍ଜରୋ ପର୍ବତ ର ଉଚ୍ଚତମ ଶୃଙ୍ଗ ରେ ଭାରତର ସ୍ୱାଭିମାନ ଓ ସ୍ଵାଧୀନତା ର ପ୍ରତୀକ ତ୍ରିରଙ୍ଗା ପତାକା  ଉଡେଇ ଦେଶ ତଥା ଜିଲ୍ଲା  ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଯୁବ ପର୍ବତାରୋହୀ ଆଶୀର୍ବାଦ ।
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଗତ ଅଗଷ୍ଟ ୨ ତାରିଖ ଦିନ ଆଫ୍ରିକା ପାଇଁ ଯାତ୍ରା କରିଥିଲେ  ପର୍ବତାରୋହଣ  ପାଇଁ।ତାଙ୍କ  ଟିମ୍‌ରେ ଲଣ୍ଡନ, ଆମେରିକା, ଇରାନ, ବ୍ରାଜିଲ, ଜର୍ମାନୀ, ରୁଷ, ସାଉଦି ଆରବ, ଦୁବାଇର ପର୍ବତାରୋହୀମାନେ ରହିଥିଲେ। ଏକମାତ୍ର ଭାରତୀୟ ଭାବେ କେବଳ ଆଶୀର୍ବାଦ ଏହି ପର୍ବତ ଆରୋହଣ ପାଇଁ ଯାଇଥିଲେ । କାଶ୍ମୀରର ପହଲଗାଓଁ ସ୍ଥିତ ଜବାହର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟରିଂ ଠାରୁ ସେ ଟ୍ରେନିଙ୍ଗ କରିଥିଲେ l  ଆଗରୁ ସ୍କାଏ ଦାଇଭିଂ, ପରା ଗ୍ଲାଡିଙ୍ଗ, ସ୍କି, ସିପିଆର ଟ୍ରେନିଂ,ସର୍ଚ୍ଚ ଏଣ୍ଡ ରେସକ୍ଯୁ , ସୁଟିଙ୍ଗ ସର୍ଭାଇଭାଲ  ଭଳି  ବହୁତ  ଦୁଃସାହାସିକ ତାଲିମ ନେଇ ସାରିଛନ୍ତି l
ଏହା ପୂର୍ବରୁ ସେ ଟାଟାକୋଠି, ହରମୁଖ, ତ୍ରିଶୂଲ, ନୀଳକଣ୍ଠ, ସନସେଟ୍, ଗୋଲ୍ଡ ଟପ୍, ଟେବୁଲ୍ ଟପ୍, ସ୍ଲିପିଂଲେଡି ମାଉନଟେନ୍ ଆଦି ଆରୋହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥର ସେ  ଆଫ୍ରିକା ମହାଦେଶ ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର/୧୯୩୪୧ ଫୁଟ) ସଫଳତା ର ସହ ଆରୋହଣ କରି ସେ ଉପରେ ଭାରତ ପତାକା ଏବଂ ଆମ ପଶ୍ଚିମ  ଓଡ଼ିଶା ର ଇଷ୍ଟ ଦେଵୀ ମା ସମଲେଇ ଙ୍କ ଧ୍ଵଜା  ବାନ୍ଧିଥିଲେ l  ଗତ  ୩ ତାରିଖ ଦିନ ,ସେଠାକାର ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୧୨ ଟା୩୦ ମିନିଟ ରେ  ଆରୋହଣ ଆରମ୍ଭ କରିଥିଲେ ଓ ୭ ତାରିଖ ସକାଳ ୮ ଟା ୪୯ ମିନିଟ ରେ ପହଞ୍ଚିଥିଲେ ।ଏହି ପାଞ୍ଚ ଦିନର ପର୍ବତାରୋହଣ ରେ  ସେ  କିଲିମାଞ୍ଜାରୋ  ର ୫ ଟି ଜୋନ ଯଥା  କଲ୍ଟିଭେଟର ଜୋନ, ରେନ ଫରେଷ୍ଟ ଜୋନ, ସଟ ବୁଷେସ ଜୋନ,  ଡେଜର୍ଟ  ଜୋନ ଓ ଆଇସ ଜୋନ ଅତିକ୍ରମ କରି ଶେଷରେ  ଶିଖର ରେ ପହଞ୍ଚିଥିଲେ । ଏହି ପର୍ବତାରୋହଣ  ର ଅନୁଭୂତି  କୁ ନେଇ ଆଶୀର୍ବାଦ କହିଥିଲେ  ଯେ  ଶେଷ ଜୋନ  ବା ଆଇସ ଜୋନ ରେ ପହଞ୍ଚିଲା ପରେ ସେଠାରେ _  ୨୫ ରୁ _ ୩୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେ ବହୁତ୍ ବରଫପାତ  ହେଉଥିଲା ଶରୀର ଧୀରେ ଧୀରେ ସ୍ଥିର ବା ଫ୍ରିଜ୍ ହେବାକୁ ଯାଉଥିଲା ।କିନ୍ତୁ ନିମୁଲାଇଜର୍ କରିବା ପରେ  ସେ ପୁଣି ସାହସ ବାନ୍ଧି ମାଁ ସମଲେଶ୍ଵରୀ କୁ ଡାକି ପୁଣି ଚଡ଼ିବା ଆରମ୍ଭ କରିଥିଲେ  ଓ ସଫଳ ହୋଇଥିଲେ ।ତାଙ୍କର ଏହି ସଫଳତା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ  ଙ୍କୁ ଶ୍ରେୟ ଦେଇଛନ୍ତି।
ଆଶୀର୍ବାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପର୍ବତାରୋହଣ ତାଙ୍କ ବାଲ୍ୟକାଳ ସ୍ବପ୍ନ ଥିଲା ଓ ଏବେ ସେ ନିଜ ସ୍ବପ୍ନକୁ ସାକାର କରି ପାରିଛନ୍ତି।  ଭୁବନେଶ୍ୱର ବିଜୁ ପଟ୍ଟନାୟକ  ଏୟାର ପୋର୍ଟ କୁ ପହଞ୍ଚିବା  ସେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ତଥା ବରଗଡ ନିଷ୍ଠା ପରିବାର,ସଂକଳ୍ପ ପରିବାର ଓ କୋଶଳ ସଂଘ  ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ନିଜ ଗାଁ ମାଟି କୁ ଫେରିବା ପରେ  ପ୍ରଥମ ରୁ ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ,ଗ୍ରାମବାସୀ ମାନେ ଏକ ବଡ଼ ଶୋଭାଯାତ୍ରା ସହ ତାଙ୍କୁ ପାଛୋଟି ନେଇଥିଲେ । ।ଆଜି ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ତାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେ ଭାରତରେ ଆଗାମୀ ଭବିଷ୍ୟତ ପିଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରାଇବା ତଥା ଆବଶ୍ୟକସ୍ଥଳେ ଉଚିତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଚମକାଇବେ ବୋଲି ପ୍ରକାଶ କରିଛନ୍ତି। ଆଶୀର୍ବାଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like