-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ବଲାଙ୍ଗିର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଗୁରୁ ଭଗବାନ ସାହୁ କଳା ନିକେତନ ପକ୍ଷରୁ ପଶ୍ଚିମ ଓଡିଶାର ଭାଷା, କଳା ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି ! କଳା ନିକେତନର ସଭାପତି ଡକ୍ଟର ବାସନ୍ତୀ ମଞ୍ଜରୀ ହନୁମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କବି ଡକ୍ଟର ବନବାସ ମେହେର, କବି ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଯୋଗ ଦେଇ ଗୁରୁ ଭଗବାନ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ! ଅତିଥି ମାନଙ୍କ ଦ୍ୱାରା ନାଟ୍ୟ ଶ୍ରୀ ନିଶାର ଅହମ୍ମଦ ନିସାର ଙ୍କ କବିତା ସଂକଳନ ଭାବ କୁ ଉନ୍ମୋଚିତ ହୋଇଥିଲା ! ଏହି ଅବସରରେ
ଶଦ୍ଧ ନୃତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ! ଏଥିରେ ଆଲୋଚକ ଭାବରେ ଶାସ୍ତ୍ରୀୟ ଶଦ୍ଧନୃତ୍ୟ ଗୁରୁ ଭାଗବତ ପଧାନ ଯୋଗ ଦେଇ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଉପରେ ଆଲୋଚନା କରି ଏହାର ପ୍ରାଚୀନତା, ସ୍ୱତନ୍ତ୍ରତା ଉପରେ ଆଲୋଚନା କରି ଥିଲେ ! କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ କୁମାର କୁଅର ସଂଯୋଜନା
କରିଥିଲେ !
ପରେ ପରେ କବୟିତ୍ରୀ ରଶ୍ମୀ ପାତ୍ର ଓ ସବିତା ମହରାଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନ ର ଉପଦେଷ୍ଟା ଉମାକାନ୍ତ ହୋତା ଓ ଅଧ୍ୟାପକ ଧର୍ମେନ୍ଦ୍ର ପଧାନ ମଂଚାସୀନ ହୋଇଥିଲେ। ଖୁସି ସାଂସ୍କୃତିକ ଓ ଗବେଷଣା ଅନୁଷ୍ଠାନର ନୃତ୍ୟଗୁରୁ ଜ୍ୟୋତି ରେଖା ତ୍ରିପାଠୀଙ୍କ ନିର୍ଦେଶନା ରେ ଲୋକ ନୃତ୍ୟ ପରିବେଷଣ ହୋଇଥିଲା।