-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡ଼ଃ ନୃପରାଜ ସାହୁ ଯୋଗଦାନ କଲାପରେ ନୂତନ ଢଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣୀ କୁ ବିକେନ୍ଦ୍ରି କରଣ, ଲୋକାଭିମୁଖୀ ଓ ଜନସାଧାରଣଙ୍କ ନିକଟତର ହେବା ପାଇଁ ପ୍ରୟାସ କରି ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ପରିବର୍ତ୍ତେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆସନ୍ତା କାଲି ୧୮ ତାରିଖ ସୋମବାର ଦିନ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟ କ୍ରମ ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିବର୍ତ୍ତେ ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ମେଘଲା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରେ ଶିବିର ଆୟୋଜନ କରିବା କୁ ଜିଲ୍ଲାପାଳଙ୍କ ଦ୍ୱାରା ନିଷ୍ପତ୍ତି ଧାର୍ଯ୍ୟ କରାଯାଇଛି। ଯାହାକି ଜିଲ୍ଲା ର ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ୱାଗତ କରା ଯାଇଛି l