-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
ଡୁଙ୍ଗୁରିପାଲି,(ପ୍ରେରଣା ଖବର): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଆହ୍ବାନ ରେ ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରୀୟା ସାହାଣୀ ଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲ। ଏଥିରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ସତ୍ୟନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍କୃତ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ ସଭା ପରିଚାଳନା କରିଥିଲେ। ପ୍ରଥମ ଦିନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁବାସିତ ପାଠ,ଦିତିୟ ଦିନରେ ସୁବାସିତ କଣ୍ଠ ପାଠ, ତୃତୀୟ ଦିନରେ ସଂସ୍କୃତ ଗୀତ ପ୍ରତିଯୋଗିତା ,ଗଳ୍ପ କଥନ,ସଂସ୍କୃତ ପ୍ରଦର୍ଶନୀ ଓ ଶେଷ ଦିନରେ ସଂସ୍କୃତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।
ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୋମନାଥ ହାତୀ ,ସୁନିଲ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ନିଜର ବକ୍ତବ୍ୟ ଦେଇଥିଲେ ଓ ଶେଷ ରେ ଗୋପାଳ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ! ବଳଦେବ ସ୍ୱାଇଁ ,ଧନପତି ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ!