-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
(ଅନୀଲ କୁମାର ତ୍ରିପାଠୀ)
ବାଲେଶ୍ୱର ଏଫ ଏମ ମହାବିଦ୍ୟାଳୟରେ ଛାତ୍ରୀ ଜ୍ୟୋତି ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଘଟଣା ସାରା ଦେଶରେ ମୁଖ୍ୟ ଖବର ପାଲଟି ଥିବା ବେଳେ ଓଡିଶାକୁ ନିନ୍ଦିତ ହେବାକୁ ପଡି ଥିଲା । ସେହି ଭଳି ଏଭଳି ଦୁଃଖଦ ଘଟଣା କୌଣସି ସ୍ଥାନରେ ପୁନରା ବୃତ୍ତି ଯେମିତି ନ ହୁଏ ଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ସିନ୍ଧେକେଲା ପୋଲିସ ପକ୍ଷରୁ ଛାତ୍ରୀ ମାନଙ୍କୁ ସଶକ୍ତ କରିବା ପାଇଁ ,କିଶୋରି ନ୍ୟାୟ ଆଇନ,ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ପରିସରରେ ସିନ୍ଧେକେଲା ପୋଲିସ ଆଇଆଇସି ପିତାମ୍ବର ମଲ୍ଲିକ, ଏସଆଇ ହେମକାନ୍ତୀ ଛତ୍ରିଆ , ସିପାହୀ ଗୁପ୍ତବାସ ମାଝୀ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ,ସ୍କୁଲ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ବାର୍ତ୍ତା ଦେଇଛି ପୋଲିସ। ମଣିଷ ଜନ୍ମ ପାଇଛ ତାକୁ ଶେଷ କରିବା ପାଇଁ କାହିଁକି ଚେଷ୍ଟା କରୁଛନ୍ତି । ଛାତ୍ରୀ ମାନେ ପୋଲିସ ତୁମ ସହିତ ଅଛି ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ କରିବାକୁ। ଯୌନ ନିର୍ଯାତନା ଦିନକୁ ଦିନ ବଢ଼ି ଚାଲି ଥିବାରୁ ନିର୍ଯାତନା ର ଶିକାର ହେଉ ଥିବା ଛାତ୍ରୀ ମାନେ ଆତ୍ମହତ୍ୟା ଠାରୁ ନିବୃତ୍ତରହି ପରିବାର ମୁଖିଆ କିମ୍ବା ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଜଣାଇବା ନ ହେଲେ ନିକଟସ୍ଥ ପୋଲିସ କୁ ଖବର ଦେବାପାଇଁ ସଚେତନ କରିଥିଲେ।