-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଦଧିବାବନ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି l ସ୍କୁଲର ସଂସ୍କୃତାଚାର୍ଯ୍ୟ ପଣ୍ଡିତ ନିରଞ୍ଜନ ସାହୁଙ୍କ ସଦୁଦ୍ୟମରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟତିଥିଭାବେ ମହିଳା ମହାବିଦ୍ୟାଳୟ ପଲସାଗୋରାର ସଂସ୍କୃତ ଅଧ୍ୟାପକ ସରୋଜ କୁମାର ମହାକୁଡ଼ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ସ୍କୁଲ ସହକାରୀ ଶିକ୍ଷକ ରାଜକିଶୋର ସାହୁ, ସମୀର କୁମାର ଖଟୁଆ,
ପ୍ରଶାନ୍ତ କୁମାର ଶୁକ୍ଳ, ସୁଶାନ୍ତ କୁମାର ରଥ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ମନୁଷ୍ୟ ଜୀବନରେ ସଂସ୍କୃତର ଉପାଦେୟତା ଓ ଆବଶ୍ୟକତା ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ନାରାୟଣ ମିଶ୍ର ସଭାକୁ ସଭାପତିତ୍ୱ କରିଥିଲେ l ଏହି ଅବସରରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ସଂସ୍କୃତ ସ୍ଲୋକାବୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ର ମାର୍କଣ୍ଡ ନାଗ, ସୁକାନ୍ତି ଦେହୁରୀ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l