-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ): ସମ୍ବଲପୁର ବୁର୍ଲାରେ ଜଣେ କିନ୍ନରଙ୍କଠାରୁ ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ ସଂସ୍ଥା । ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ପୁରୀ ଅଞ୍ଚଳର ହୋଇଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ମିଳିଛି । ତେବେ ଉକ୍ତ କିନ୍ନର ଶିଶୁକନ୍ୟାଙ୍କୁ କେମିତି ଓ କାହିଁକି ଆଣିଥିଲେ ତାହା ଜଣା ପଡ଼ିନାହିଁ । ଏ ନେଇ ଚାଇଲ୍ଡ ଲାଇନ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଅନ୍ୟପଟେ ଶିଶୁକନ୍ୟାକୁ ବର୍ତ୍ତମାନ ବୁର୍ଲା ପୋଲିସ ଚାଇଲ୍ଡ ଲାଇନ୍ ହାତକୁ ହସ୍ତାନ୍ତର କରିଛି । ଚାଇଲ୍ଡ ଲାଇନର କର୍ମଚାରୀମାନେ ଶିଶୁକନ୍ୟାକୁ ନେଇ ସମ୍ବଲପୁର ସିଡବ୍ଲ୍ୟୁସିରେ ହଜାର କରିବେ ବୋଲି ଜଣାପଡିଛି । ତେବେ ଶିଶୁକନ୍ୟାକୁ କିନ୍ନର ଜଣଙ୍କ ଚୋରି କରି ଆଣିଥିବା ଚର୍ଚ୍ଚା ହେଉଛି ।