-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Aug-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ, ଅଧ୍ୟାପକ ନରେନ୍ଦ୍ର ଝା, ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିସହ ଓଡ଼ିଆ ଅଧ୍ୟାପିକା ଜାମିନୀ ଦାଶ, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୁପ୍ରଭା ନନ୍ଦ, ରସାୟନ ବିଜ୍ଞାନ ଅଧ୍ୟାପକ ଦୀପକ ଟ୍ଟପୋ ଓ ଅଧ୍ୟାପକ ଜିତେନ୍ଦ୍ର କୁମାର ସାହୁ, ଅର୍ଥନୀତି ବିଭାଗ ଅଧ୍ୟାପକ ପ୍ରଭାତ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ। ତୃତୀୟ ବର୍ଷର ଛାତ୍ରୀ ଆକାକ୍ଷା ପ୍ରିୟଦର୍ଶିନୀ ପଣ୍ଡା ସ୍ଵାଗତ ଅଭିଭାଷଣ ଦେଇଥିଲେ । ତୃତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ପରମିତା ସାଥୁଆ ସଭା ସଞ୍ଜଜନା କରିଥିବା ବେଳେ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରତିକ୍ଷା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।