-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ନେଇ ସରକାରଙ୍କ ବୈମାତୃକ ମନୋଭାବର ପ୍ରକାଶ ପାଇଛି। ବର୍ତ୍ତମାନ ର ସରକାର ବିଗତ ସରକାର ଙ୍କୁ ଅନୁସରଣ କରୁଛନ୍ତି । ରାଜ୍ୟ ସଭାପତି ବିଶ୍ବରଂଜନ ଦାସ ଙ୍କ ଆହ୍ବାନ କ୍ରମେ ନୂତନ ସରକାର ଆସିବା ଦିନଠୁ ପର୍ଯ୍ୟାୟକ୍ରମେ ସରକାର ଙ୍କ ପାଖରେ ଦାବି ଉପସ୍ଥାପନା କରାଯାଇଛି ତଥାପି ଫଳଶୁନ। ସରକାର ଙ୍କ ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଗୁରୁଦିବସ କୁ କଳା ଦିବସ, ଦେଡ଼ ଲକ୍ଷ ସାଧାରଣ ଲୋକଙ୍କର ଦସ୍ତଖତ, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୧୧ ଥର ସିଧା ସଳଖ ସାକ୍ଷାତ ସହିତ ଆଲୋଚନା କରିବା, ରାଜ୍ୟରେ ଥିବା ପାଞ୍ଚଟି ଶିକ୍ଷା ନିର୍ଦ୍ଦେଶାଳୟ ମାଧ୍ୟମରେ ଦାବିପତ୍ର ପ୍ରଦାନ,୩୦ ଜିଲ୍ଲା ର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପରେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ଚୁପ୍ ହୋଇ ବସିବା ଅତ୍ୟନ୍ତ ଦୁଃଖଦାୟକ ତେଣୁ ଏହାକୁ ସଂଘ ଗଭୀର ଭାବରେ ନିନ୍ଦା କରିବା ସହ ତା ୧୬/୮/୨୦୨୫ ରିଖ ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଭୁବନେଶ୍ୱର ସ୍ତିତ ମହାତ୍ମା ଗାନ୍ଧୀ ମାର୍ଗ ରେ ବିକ୍ଷୋଭ ପ୍ରଦର୍ଶନ ର ଡାକରା ଦେଇଛି ତେଣୁ ସରକାରଙ୍କୁ ବିନମ୍ର ନିବେଦନ ଯେ ଏହା ପୂର୍ବରୁ ଦାବି ପୂରଣ ଦିଗରେ ନୀତିଗତ ନିଷ୍ପତି ନିଅନ୍ତୁ ନଚେତ୍ ହେବାକୁ ଥିବା ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଜିଲ୍ଲା ସଂଯୋଜକ ଉଦ୍ଧବ ପଧାନ ସୁବର୍ଣ୍ଣପୁର ସ୍ଥିତ ହୋଟେଲ ପ୍ରଗେସ ଇନ ର କନଫରେନ୍ସ ହଲ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀ ରେ ସୁବର୍ଣ୍ଣପୁର ଜିଲ୍ଳା ବିନିକା ଖଣ୍ଡ ସଂଯୋଜକ ବିଶ୍ୱନାଥ ମିଶ୍ର, ଉଲୁଣ୍ଡା ଖଣ୍ଡ ସଂଯୋଜକ, ସୁଶାନ୍ତ ଦେହୁରୀ, ସୋନପୁର ଖଣ୍ଡ ସଂଯୋଜିକା ଚନ୍ଦ୍ରକାନ୍ତି ବିଶ୍ୱାଳ, ବୀରମହାରାଜପୁର ଖଣ୍ଡ ସଂଯୋଜିକା ସନ୍ତୋଷିନୀ ନାୟକ, ତରଭା ଖଣ୍ଡ ସଂଯୋଜକ କଲେକ୍ଟର ଦେହୁରୀ, ନିଶାନ୍ତ କୁମାର ମହାନ୍ତି, ଆଶିଷ ଅଗ୍ରୱାଲ, ପୁସ୍ତମ ମେହେର, ସରୋଜ କୁମାର ବିଶି, ମାନସ ମିଶ୍ର, ବଳମକୁନ୍ଦ ବାରିକ, ସନ୍ଧ୍ୟାଦିପା ଗୁରୁ, ବର୍ଷାରାଣୀ ଗୁରୁ,ମାଧବ ପଧାନ, ଜିତେନ୍ଦ୍ର କୁମାର ସାହୁ, ନିରୋଜା ଗୁରୁ ସମେତ ର ବିଭିନ୍ନ କଲେଜ ର ଅଧ୍ୟାପକ,କର୍ମଚାରୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l