-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଧରିତ୍ରୀ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିନକୁ ଦିନ କଳୁଷିତ ହୋଇ ପଡ଼ୁଥିବା ପରିବେଶକୁ ସବୁଜ ସୁନ୍ଦର ସହିତ ମାଟି ମାଁ ଧରିତ୍ରୀର ସୁରକ୍ଷା ଦିଗରେ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ବୃକ୍ଷ ରୋପଣ କାର୍ଯକ୍ରମ ଚାଲିଛି ।ଏହି ପରିପ୍ରେକ୍ଷୀରେ ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲମୁଠି ଯୁବ ରେଡକ୍ରସ ତରଫରୁ ସ୍ଥାନୀୟ ବିନିକା ସନ୍ତୋଷିନୀ ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବୃକ୍ଷ ରୋପଣ କରାଯାଇଥିଲା । ଯୁବ ରେଡକ୍ରସ କାଉନସିଲର ଅଧ୍ୟାପିକା ବୈଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଗୋଟିଏ ଲେଖାଏଁ ଗଛ ରୋପଣ କରିଥିଲେ ।ପରେ ଅନୁଷ୍ଠିତ ସଭାରେ ବିନିକା ଫରେଷ୍ଟର ବନମାଳୀ ପାଣ୍ଡେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ମହତ୍ବ ଉପରେ କବିତା ପଠନ କରିଥିଲେ ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଞ୍ଚାନନ ସାହୁ, ଅଧ୍ୟାପକ ଅଶୋକ ବିଶି,ଶିବ ନାରାୟଣ ମେହେର,ଅଧ୍ୟାପିକା ସଂଗୀତା ପୁରୋହିତ,ଖେଳ ଶିକ୍ଷୟତ୍ରୀ ବିନ୍ଦୁଲତା କର,ଷ୍ଟାଫ ବିଶ୍ଵାମିତ୍ର ପାତ୍ରଙ୍କ ସହ ବନ କର୍ମଚାରୀ ସାମିଲ ହୋଇ ବୃକ୍ଷ ରୋପଣରେ ସହଯୋଗ କରିଥିଲେ ।