-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର: ବରଗଡ଼ ସାଂସଦ ।।

06-Aug-2025



ବରପାଲି (ସୁଦାମ ଦୀପ)
ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟକ୍ରମରେ ଆସୁଥିବା ସହାୟତା ରାଶି ବୃଦ୍ଧି କରାଯାଉ । ଓଡ଼ିଶାରେ ମସଲା ବିକାଶ କାର୍ଯ୍ୟକ୍ରମରେ ଅଦା ଓ ହଳଦୀ ଏବଂ ପାମ୍ ତେଲ କ୍ଷେତ୍ରରେ ବିସ୍ତାର କାର୍ଯ୍ୟକ୍ରମ ଉଭୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯୋଜନା । ଏହା କୃଷକଙ୍କ ଆମଦାନୀ ବଢାଇବା ସହ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ନିର୍ଣ୍ଣାୟକ ସହାୟକ ହୋଇପାରିବ ବୋଲି କହିଛନନ୍ତି ପ୍ରଦୀପ ପୁରୋହିତ । ଏହି ଦୁଇ କ୍ଷେତ୍ରରେ ଦିଆଯାଉଥିବା ସହାୟତା ରାଶିକୁ ଯଥାଶୀଘ୍ର ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ପ୍ରଦୀପ ପୁରୋହିତ । ଯାହାଦ୍ୱାରା ଅଧିକରୁ ଅଧିକ ଚାଷୀ କେନ୍ଦ୍ରୀୟ ଯୋଜନାରେ ଯୋଡ଼ି ହେବା ସହ ଏହାର ଲାଭ ଉଠାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ ପୁରୋହିତ । ଓଡ଼ିଶାରେ ଲକ୍ଷାଧିକ ଚାଷୀଙ୍କ ହିତ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ରାଜ୍ୟରେ ଅଦା, ହଳଦୀ ଭଳି ମସଲା ଏବଂ ପାମ୍ ତେଲ ଏକ ବ୍ୟବସାୟୀକ ଫସଲ ମଧ୍ୟରେ ବେଶ ଗୁରୁତ୍ୱ ବହନ କରୁଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତା ବର୍ତ୍ତମାନ ସମୟରେ ଆବଶ୍ୟକତା ଠାର ଢେର୍ କମ ବୋଲି ସେ କହିଛନ୍ତି । ଓଡ଼ିଶାର ୩୦ ଜିଲ୍ଲାର ମସଲାର ଉତ୍ପାଦନ, ବିଶେଷକରି ଅଦା ଏବଂ ହଳଦୀର ଉତ୍ପାଦନ ବହୁଳ ପରିମାଣରେ କରାଯାଉଛି । ବର୍ତ୍ତମାନ ଏନଏଚଏମ୍ ଜରିଆରେ ଅଦା ଓ ହଳଦୀ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ନିର୍ଦ୍ଧାରିତ କରାଯାଇଛି । ଯାହାମଧ୍ୟରୁ ଚାଷୀଙ୍କୁ କେବଳ ୪୦ ହଜାର ଟଙ୍କା ସବସିଡି ପ୍ରଦାନ କରାଯାଉଛି । କିନ୍ତୁ ଜମିକୁ ଜଳସେଚନ, ମଂଜି, ସାର, କୀଟନାଶକ, ପାଣି ସୁବିଧା, ଶ୍ରମିକ, ଭଣ୍ଡାରଘର ଏବଂ ପରିବହନରେ ବଢ଼ୁଥିବା ଖର୍ଚ୍ଚ ବାସ୍ତବ ଠାରୁ ଢେର ଅଧିକ । ଏକ ହେକ୍ଟରରେ ପ୍ରାୟ ଅଢ଼େଇ ଲକ୍ଷରର ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏଭଳିସ୍ଥଳେ ୪୦ ହଜାର ଟଙ୍କା ସବିସିଡି ଚାଷୀଙ୍କ ପାଇଁ ବହୁ ନଗଣ୍ୟ ବୋଲି ମନେ ହେଉଥିବା କହିଛନ୍ତି ବରଗଡ଼ ସାଂସଦ । ତେଣୁ ଏହି ଯୋଜନାରେ ଆସୁଥିବା ସହାୟତା ରାଶିକୁ ତିନି ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରି ହେକ୍ଟର ପିଛା ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦିଆଯାଉ ବୋଲି ସାଂସଦ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଚାଷୀଙ୍କ ମନୋବଳ ବଢ଼ିବା ସହ ମସଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଗତିଶୀଳ ହୋଇପାରିବ । ସେହିଭଳି ପାମ୍ ତେଲ ଚାଷ ପାଇଁ ରାଜ୍ୟରେ ଚାଷୀଙ୍କୁ କେନ୍ଦ୍ରୀୟ ଯୋଜନାରେ ପ୍ରୋତ୍ସାହନ ଦିଆଯାଉଛି । ହେଲେ ଚାଷୀଙ୍କୁ ସହାୟତା ରାଶି ବହୁତ କମ ମିଳୁଛି । ପାମ୍ ତେଲ କ୍ଷେତ୍ରରେ ଗଛ ଲଗାଇବାଠାରୁ ଆରମ୍ଭ କରି ଫଳ ହେବା ପର୍ଯ୍ୟନ୍ତ ଗୋଟିଏ ଲମ୍ବା ସମୟ ଲାଗିଥାଏ । ଏହି ପାମ୍ ତେଲ ମିସନକୁ ସଫଳ କରିବାକୁ ହେଲେ ସ୍ୱଦେଶୀ ଚାରା କ୍ଷେତ୍ରରେ ୨୦ ହଜାରରୁ ୨୭ ହଜାର ଓ ଆଧୁନିକ ଚାରା ପାଇଁ ୨୯ ହଜାରରୁ ୩୯ ହଜାରକୁ ବୃଦ୍ଧି କରାଯାଉ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏ ଦିଗରେ କେନ୍ଦ୍ର ସରକାର ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେବେ ବୋଲି ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like