-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
06-Aug-2025
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ଓଡ଼ିଶାରେ କ୍ରମାଗତଭାବେ ବଢିଚାଲିଥିବା ମହିଳା ଏବଂ ଛାତ୍ରୀ ନିର୍ଯାତନା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଡିଜି ଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଏସପି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ କଚେରୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶତାଧିକ ଯୁବ ଓ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ନାରାବାଜି ଦେଇ ଗର୍ଜିବା ସହ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରା ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟ ରେ ପହଞ୍ଚି ଏସପି ଙ୍କ ଜରିଆରେ ରାଜ୍ୟ ପୋଲିସ ଡିଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀ ଓ ଶିକ୍ଷ୍ୟା ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା। ଏହି ବିକ୍ଷୋଭ ପ୍ରଦର୍ଶନ ତଥା ସ୍ମାରକ ପତ୍ର ପ୍ରଦାନ ବେଳେ ସୁବର୍ଣ୍ଣପୁର ବିଜେଡି ଯୁବ ସଭାପତି ଅଶୋକ ନନ୍ଦ, ଛାତ୍ର ସଭାପତି ଶାଶ୍ଵତ କୁମାର ମିଶ୍ର , ଅଭିଷେକ ଶର୍ମା, ଅମୀୟ ରଞ୍ଜନ ଦାଶ, ନାରାୟଣ ଲୁହା, ବେଲାର ସାହୁ, ଦେବାଶିଷ ପଟ୍ଟନାୟକ, ରୋସନ ଶର୍ମା, ଈଶ୍ୱର ବିଶି ପ୍ରମୂଖ ଙ୍କ ସହ ଅନେକ ଯୁବ ନେତା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।