-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Aug-2025
ବିନିକା/ଡୁଙ୍ଗୁରିପାଲି(ପ୍ରେରଣା ନ୍ୟୁଜ) ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁମନ୍ଦିର ଛକରେ ଏକ ବାଇକ ଏବଂ ସାଇକେଲ ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଉଭୟ ବାଇକ ଆରୋହୀ ଏବଂ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁସାରେ ମୁକେଶ ବାରିକ ନାମକ ଜଣେ ବାଇକ ଚାଲକ ଚେରୁପାଲି ପଟୁ ଡୁଙ୍ଗୁରିପାଲି ଆସୁଥିବା ବେଳେ ତାର ବିପରୀତ ଦିଗରୁ ନାରାୟଣ ଜାଲ ନାମକ ଜଣେ ବ୍ୟକ୍ତି ଡୁଙ୍ଗୁରିପାଲି ପଟୁ ଲରିଆବାହାଲ ଯାଉଥିଲେ l ତେବେ ଉଭୟଙ୍କ ମଧ୍ୟରେ ଶିଶୁମନ୍ଦିର ଛକରେ ଦୁର୍ଘଟଣା ଘଟିଥିଲା ଏବଂ ଉଭୟ ବାଇକ ଆରୋହୀ ଓ ସାଇକେଲ ଆରୋହୀ ଗୁରୁତର ହୋଇଥିଲେ l ଘଟଣା ପରେ ଡୁଙ୍ଗୁରିପାଲି ବଜରଙ୍ଗ ଦଳର କର୍ମକର୍ତା ମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିବା ଜଣାପଡିଛି l