-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Aug-2025
ବଲାଙ୍ଗିର(ଦେବାଶିଷ ବହିଦାର): ବଲାଙ୍ଗିର ସହରର କେନ୍ଦ୍ର ସ୍ଥଳିରେ ରହିଥିବା କୋଳଶ କଳା ମଣ୍ଡଳର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଗତ ଦିନରେ ୩ କୋଟି ୯୦ ଲକ୍ଷ ଟଙ୍କା ମଂଜୁର କରିଥିଲେ। କିନ୍ତୁ କାର୍ଯ୍ୟଭାର ନେଇଥିବା ସଂସ୍ଥା କୋଶଳ କଳା ମଣ୍ଡଳ ପଡିଆରେ ମାଟି କାଦୁଅ ଭର୍ତ୍ତି କରିବା ଦ୍ୱାରା ଏକ ଉର୍ବର ବାହାଲ ଜମି ଭ୍ରମରେ ପରିଣତ ହୋଇଛି । ତେଣୁ ଏହି ପଡିଆର କୀର୍ତ୍ତିରାଜ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ଧାନ ପଳା କାର୍ଯ୍ୟକ୍ରମ କରାଯାଇଥିଲା l
ଐତିହ୍ୟ ବହନ କରୁଥିବା ପୁରୁଣା ମଂଚ ଯେଉଁ ମଂଚରେ ରାଜ୍ୟ ବାହାରୁ କଳାକାର କଳା ପ୍ରଦର୍ଶନ କରି ନାମିତ ହୋଇଛନ୍ତି ୮ଦଶନ୍ଧିି ବର୍ଷ ପୁର୍ତ୍ତି ଗଲାଣି ପୁରୁଣା ମଂଚ ଏ ଯାଏଁ ମରାମତି ହୋଇ ନାହିଁ। ଆଜି ଏହି ଅବସରରେ ସକାଳୁ ବ୍ରାହ୍ମଣ ବେଦ ମନ୍ତ୍ର କରି ଧାନ ପଳା ରୁହା କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଷୀ ଏବଂ କଳାକାର ହଳିଆ ଗୀତ ଗାଇ କୋଶଳ କଳା ମଣ୍ଡଳରେ ପଲାରୁହା କାର୍ଯ୍ୟକ୍ରମ ହୋଇଥିଲ। ମାଟିରେ କୋଟି କୋଟି ଟଙ୍କା ପୋତି ହୋଇଥିବା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇ ନଥିଲା l
କିଛି ଦିନ ତଳେ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କାଦୁଅ ସର ସର ହୋଇ ଚାଷ ଜମି ପାଲଟିଥିଲା । ଏହି ଅବସରରେ ଆଜି ଚାଷୀ ଦୁର୍ବାଦଳ ମହାକୁର ହଲିଆ ଗୀତ ଗାଇ ପ୍ରତିବାଦ ଜଣାଇଥିଲେ ଏବଂ ଶମ୍ଭୁ ପ୍ରସାଦ ଶତପଥି, ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ ଏବଂ କଳାକାର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପଣ୍ଡିତ ରିଂକୁ ଶତପଥି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।