-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

ସୋନପୁରରେ ନୂତନ ଜିଲ୍ଲାପାଳ, ନୂତନ ଜିଲ୍ଲାପାଳଙ୍କ ବଦଳି ପରେ ସୋନପୁରର ଭାଗ୍ୟ କେତେ ବଦଳିବ ?

03-Aug-2025



ସୋନପୁର(ମଳୟ ମିଶ୍ରଙ୍କ  ରିପୋର୍ଟ): ସଂପ୍ରତି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡ.ନୃପରାଜ ସାହୁ(ଓ ଏ ଏସ୍) (ଏସ୍ ଏସ୍) ଜିଲ୍ଲାର ୩୪ତମ ଜିଲ୍ଲାପାଳ ଭାବରେ ଯୋଗ ଦେଇଛନ୍ତି। ପଡୋଶୀ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ନିବାସୀ ଡ.ସାହୁ ଜଣେ ଶିକ୍ଷାବିତ୍, ସାହିତ୍ଯାନୁରାଗୀ ଓ ଅଭିଜ୍ଞ ପ୍ରଶାସକ ଭାବ ସେ ବଲାଙ୍ଗୀର, ନୂଆପଡା,କଳାହାଣ୍ଡି ଇତ୍ୟାଦି ଜିଲ୍ଲାରେ ବିଡିଓ, ତହସିଲଦାର ଓ ସମ୍ବଲପୁରରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ଇତ୍ୟାଦି ପଦରେ ଅବସ୍ଥାପିତ ଥିଲେ। ସେ ଯୋଗଦେବା ପରେ ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ତେବେ ଆଗାମୀ ୨୦୨୬ ଅଗଷ୍ଟରେ ସେ ଅବସର ଗ୍ରହଣ କରିବେ ବୋଲି ଶୁଣାଯାଇଛି । ଅନ୍ୟପକ୍ଷରେ 

ଜଗତସିଂହପୁର ଜିଲ୍ଲାର ଏକ ରାଜନୈତିକ ପରିବାରରୁ ଆସିଥିବା କୁହାଯାଉଥିବା ସେହି ଯୁବମହିଳା ଜିଲ୍ଲାପାଳ ଗତ  ୩୦.୦୧.୨୦୨୪ ତାରିଖରେ ଏଠାରେ  ଯୋଗ ଦେଇଥିବା ବିଦାୟୀ ଜିଲ୍ଲାପାଳ ଅନ୍ୟା ଦାସ(ଆଇଏଏସ୍) ଗତ ୨୯. ୦୭.୨୦୨୫ ତାରିଖରେ ଭୁବନେଶ୍ଵରକୁ ଅନ୍ୟ ପଦବୀରେ ବଦଳି ହୋଇ ଯାଇଛନ୍ତି। ତାଙ୍କର ଏଠାରେ କାର୍ଯ୍ୟକାଳ ମଧ୍ଯରେ ସେ ସିଧାସଳଖ ହାତଚିକ୍କଣ କରୁଥିବାର ଦୁର୍ନାମ ରହିଥିଲା।  ଉନ୍ନୟନମୂଳକ ଫାଇଲ୍ ଗୁଡିକ ଜିଲ୍ଲା କାର୍ଯ୍ୟାଳୟରୁ ତାଙ୍କ ସମୟରେ ଶୀଘ୍ର ଛଡାଯାଉ ନଥିଲା। ତେଣୁ ଏ ସମ୍ପର୍କରେ ଜଣେ ନେତା  ସାମ୍ବାଦିକ ସମ୍ମିଳନୀରେ ବିଷୋଦଗାର କରିଥିଲେ। ଆହୁରି ମଧ୍ଯ ଯୋଗାଣ ବିଭାଗର ଧାନକିଣା, ମଣ୍ଡି, ନିୟନ୍ତ୍ରିତ ବଜାର କମିଟି ଓ  ଚାଉଳକଳ ଗୁଡିକ ଉପରେ ମହିଳା ସାଂସଦଙ୍କ ସହ ଯାଇ ପ୍ରତ୍ୟେକ୍ଷ ଉଦ୍ଦେଶ୍ଯମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ବଦଳି ନିଯୁକ୍ତି, ଶିଶୁଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ ଏଚ୍ ଜି ର ଛତୁଆ ୟୁନିଟରୁ ଦଲାଲଙ୍କ ଜରିଆରେ ଓ ସିଧାସଳଖ ନିରଙ୍କୁଶ ବଟି ଆଦାୟ ଅଭିଯୋଗ, ବିଭିନ୍ନ ସରକାରୀ ସାମଗ୍ରୀକ୍ରୟାଦି ଓ ଅନ୍ଯାନ୍ଯ ବିଭାଗରୁ ତାଙ୍କର ଶୋଷଣ ଚର୍ଚ୍ଚାରେ ରହିଆସିଥିଲା । ଏପରିକି କିଛିଦିନ ତଳେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଗସ୍ତ ବେଳେ ମନ୍ତ୍ରୀ ମନରେଗା କାମରେ ମେସିନ୍ ବ୍ୟବହାର ଇତ୍ୟାଦି ଧରି ପ୍ରକଳ୍ପ ସ୍ଥଳରେ ଲୋକଙ୍କ ସାମ୍ନାରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଥିବା ଖବର ପ୍ରକାଶ ପାଇଥିଲା। ଜିଲ୍ଲାରେ ଉନ୍ନୟନ କାମ ଧିମେଇ ଯାଇଥିଲା। ବ୍ଲକ୍ ଓ ପଞ୍ଚାୟତ ଗୁଡିକରେ ତାଙ୍କର ହସ୍ତକ୍ଷେପ  ରହିଥିଲା। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଚାଲିଥିବା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଓ ଅନ୍ଯାନ୍ଯ ଅନେକ ପ୍ରକଳ୍ପ  ଅଧାପନ୍ତରିଆ ପଡିରହିଥିଲା। ମୁଖ୍ଯତଃ ଡୁଙ୍ଗୁରିପାଲି  ନିୟନ୍ତ୍ରିତ ବଜାର କମିଟିର ଜଣେ ପୂର୍ବତନ ସମ୍ପାଦକଙ୍କ ଜରିଆରେ ଯାବତୀୟ ଦୁର୍ନୀତି ତାଙ୍କରି ଜ୍ଞାତସାରରେ ଚାଲିଥିବା ଅଭିଯୋଗ ପ୍ରକାଶ ପାଇଥିଲା। ଏହିସବୁ କାରଣରୁ ତାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ  ଥିଲେ। ଉପରୋକ୍ତ ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ସେ ବେଖବର୍ ରହୁଥିଲେ। ଏଣୁ ଗତଥରର ଜିଲ୍ଲାପାଳମାନଙ୍କ ବଦଳିରେ ସେ ତାଲିକାଭୁକ୍ତ ନ ଥିବା ଓ ଏବେ ତାଙ୍କର ବଦଳି ହୋଇଥିବାରୁ ଜିଲ୍ଲାବାସୀ ଆଶ୍ବସ୍ତ ହୋଇ ଥିବା ପ୍ରକାଶ। ଅପରତଃ ନବନିଯୁକ୍ତ ଜିଲ୍ଲାପାଳ ଡ.ସାହୁ କାର୍ଯ୍ୟରେ ଯୋଗଦେବା ପରେ ଉତ୍ସାହୀ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ତାଙ୍କର ଲୋକଙ୍କ ସହ ମିଶିବା ଓ କେଉଁଠି କିଛି ସମସ୍ୟା ସୃଷ୍ଟିହେବାର ଖବର ପାଇଲେ ଘଟଣାସ୍ଥଳକୁ ଧାଇଁ ଯାଇ ସମସ୍ୟାର ଆଶୁସମାଧାନ କରୁଥିବା ତାଙ୍କୁ ଆରମ୍ଭରୁ ଲୋକପ୍ରିୟ କଲାଣି। ସେ ମଧ୍ଯ ସମାଜର ପ୍ରାୟ ସମସ୍ତବର୍ଗର ଲୋକଙ୍କ ସହ ନିର୍ବିଘ୍ନରେ ମିଶୁଥିବା ଲୋକଙ୍କୁ ସୁହାଉଛି। ସେ ତାଙ୍କ ସ୍ବାଗତ ଅଭିଭାଷଣରେ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କର ସମସ୍ୟାର ସମାଧାନ କରିବାକୁ ସେ ସତତ ପ୍ରୟାସରତ ଓ ସାମ୍ବାଦିକମାନେ ପ୍ରଶାସନର ଆଖିକାନ ଇତ୍ୟାଦି ଆପ୍ତବାକ୍ୟ କହି ଆଶ୍ବାସନା ଦେଉଥିବା ପ୍ରକାଶ। ତେବେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରୁ ବିଚ୍ଛିନ୍ନ ହେଲାପରେ ଏଇ ନବଗଠିତ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଗତି ଅଦ୍ୟାବଧି ଆଶାନୁରୂପ ହୋଇପାରିନାହିଁ। ଆରମ୍ଭରୁ ଏହି ଜିଲ୍ଲାର ଭାଗ୍ୟବିଧାତା ଭାବେ ଯେଉଁମାନେ ଜିଲ୍ଲାପାଳ ହୋଇ ଆସିଛନ୍ତି, ସେମାନଙ୍କ ମଧ୍ଯରେ ଅଧିକାଂଶତଃ ଅବସରକାଳ ପାଖେଇ ଆସିଥିବା, ପ୍ରମୋଟୀ ପ୍ରାଇଜ୍ ପ୍ରଶାସକ ଅର୍ଥାତ୍ ସେମାନଙ୍କ ରିମୋଟ୍ ରାଜନେତା, ନିର୍ବାଚିତ ଲୋକପ୍ରତିନିଧି ବନାମ ସରକାରଙ୍କ ହାତରେ ରହିଥିବା କଥାଟି ଏତେ ଦୁର୍ବୋଧ୍ୟ ନୁହେଁ। ତେଣୁ ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପାୟନ, ଦୁର୍ନୀତିମୁକ୍ତ ଶାସନବ୍ୟବସ୍ଥା ଓ ଜିଲ୍ଲାର ପ୍ରକୃତ ବିକାଶ କାହାହାତରେ ବୋଲି ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। ଏହି ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବିଭାଗରେ ଅଧିକାରୀଙ୍କ ବ୍ୟତୀତ କର୍ମଚାରୀମାନେ ବର୍ଷ ବର୍ଷ ଧରି ଜାଗାମାଡି ବସିଛନ୍ତି। ପଞ୍ଚାୟତ ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହା ଦେଖାଯାଇଛି l ଜିଲ୍ଲାର ୨ଟି 

ସବଡିଭିଜନ ବା ୬ ଟି ବ୍ଲକରେ ସଂସ୍କାର ଜରୁରୀ। ବହୁ ସମସ୍ୟା ପ୍ରତି ପ୍ରଶାସନ ବର୍ଷ ବର୍ଷ ଧରି ଆଖିବୁଜି ଦେଇଛି। ତରଭା ବ୍ଲକର ଶିଶୁ ବିକାଶ ପ୍ରକଳ୍ପର ଅଫିସ୍ ଗୃହ ନ ଥିବା ହେଉ ବା ବୀରମହାରାଜପୁର ବ୍ଲକର କୁଞ୍ଜାପାଲି ଆଶ୍ରମସ୍କୁଲ୍ ରେ ଶିକ୍ଷକ/ଶିକ୍ଷୟିତ୍ରୀ ନ ରହିବା ବା ତରଭା ବ୍ଲକର ଚାରଭଟା ଅନୁସୂଚିତ ଜାତି ଓ ଜନଜାତିର ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିମ୍ନମାନର ନିର୍ମାଣ ଓ ମରାମତି , ପେକ୍ସ ଅନିୟମିତତା, ଭଙ୍ଗାସ୍କୁଲଗୃହ, ଅତାସିଂହା କେଜିବିଭି କୋଠା ଦୁରବସ୍ଥା ହେଉ ।  କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବହୁ ଘୋଷିତ ଯୋଜନା କେବଳ ମିଟିଂରେ ପର୍ଯ୍ୟବେଶିତ।  ଠିକା ଓ ଠକେଇରେ ଚାଲିଛି ବିକାଶ। ଏସବୁ ବିନା ରାଜନୈତିକ ଇଚ୍ଛାଶକ୍ତିରେ ସମ୍ଭବ କି ?

ତେବେ ନୂତନ ଜିଲ୍ଲାପାଳ ଡ ସାହୁ ତାଙ୍କ ସୀମିତ ଶାସନ କାଳରେ ଯାବତୀୟ ପ୍ରତିବନ୍ଧକକୁ ସାମ୍ନା କରି ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୁଅନ୍ତୁ ଓ ଅୟମାରମ୍ଭ ଶୁଭାରମ୍ଭ ଭବତୁ, ଏହା ହିଁ ମା' ସୁରେଶ୍ଵରୀ ଓ ସୁବର୍ଣ୍ଣଶମ୍ଭୁଙ୍କ ନିକଟରେ ପ୍ରାର୍ଥନା  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like