-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

କୋଲକାତାରେ ପୁସ୍ତକ ଚର୍ଚ୍ଚା: ବହୁବିଧ ବୈଚିତ୍ର୍ୟ ଭରା ଗୌରହରିଙ୍କ ଗଳ୍ପ

02-Aug-2025



କୋଲକାତା(ପ୍ରେରଣା ଖବର): ଲୋକପ୍ରିୟ କଥାକାର ଗୌରହରି ଦାସଙ୍କ ଗଳ୍ପରେ ଭରି ରହିଛି ମାନବୀୟ ସମ୍ବେଦନା, ସାଂପ୍ରତିକ ସମସ୍ୟା, ମଣିଷର ଅସହାୟତା, ରାଜନୈତିକ ଛାୟାଚିତ୍ର, ଗାଁର କଥା, ମଧ୍ୟବିତ୍ତ ଶ୍ରେଣୀର ସୁଖଦୁଃଖ, ସଂପର୍କ, ମଣିଷର ମୋହ ଓ ମୋହଭଙ୍ଗ, ଜଗତୀକରଣର ପ୍ରଭାବ, ଦୁର୍ନୀତି, ଅନ୍ଧବିଶ୍ୱାସ ଆଦି ବହୁବିଧ ବୈଚିତ୍ର୍ୟ । ତାଙ୍କ ଗଳ୍ପଗୁଡ଼ିକର ଭାବଭୂମି, ଚିତ୍ରକଳ୍ପ, କଥନ ଶୈଳୀ ଅନନ୍ୟ । ପରମ୍ପରା ସହିତ ଆଧୁନିକତାର ମିଶ୍ରଣରେ ତାଙ୍କର ବକ୍ତବ୍ୟ ଖୁବ୍ ପ୍ରଭାବଶାଳୀ । ତାଙ୍କ ଗଳ୍ପର ଚରିତ୍ରସମୂହ ମଣିଷର ଚିନ୍ତା ଓ ଚେତନାକୁ ଉଜ୍ଜୀବିତ କରିବାରେ ସମର୍ଥ ।
ନଚିକେତା ଫାଉଣ୍ଢେସନ ଟ୍ରଷ୍ଟ, ଭୁବନେଶ୍ୱର ଓ ବଙ୍ଗଳା ବିଭାଗ, ୱିମେନ୍ସ ଖ୍ରୀଷ୍ଟିଆନ ମହାବିଦ୍ୟାଳୟ କୋଲକାତାର ମିଳିତ ଉଦ୍ୟମରେ ଆୟୋଜିତ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମରେ

ଅତିଥି ଓ ବକ୍ତାମାନେ ଏଭଳି ମତ ବ୍ୟକ୍ତ କରିଛନ୍ତି । ୱିମେନ୍ସ ଖ୍ରୀଷ୍ଟିଆନ ମହାବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ମହାବିଦ୍ୟାଳୟର ବଙ୍ଗଳା ବିଭାଗର ମୁଖ୍ୟ ଡକ୍ଟର ଜିନିଆ ରାୟ । ମହାବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ପ୍ରଫେସର ଅଜନ୍ତା ପାଲ ପୌରୋହିତ୍ୟ କରି ଅନୁବାଦ ସାହିତ୍ୟ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ପ୍ରାରମ୍ବିକ ବକ୍ତବ୍ୟ ପ୍ରଦାନ କରିଥିଲେ ଯୁବ ଲେଖକ ଅଭିଷେକ ରଥ। ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ବିଶିଷ୍ଟ କଥାକାର ଗୌରହରି ଦାସ । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଓଡିଆ ଏବଂ ବଙ୍ଗଳା ଭାଷା ମଧ୍ୟରେ ଏକ ସେତୁ ଭଳି କାମ କରିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା କହିଥିଲେ ଯେ, ଗୌରହରି ଦାସଙ୍କ ଗଳ୍ପସମୂହ ଅତୀତର ମଧୁର ସ୍ମୃତିକୁ ଜାବୁଡ଼ି ଧରି ବର୍ତ୍ତମାନର କଥା କହେ ଏବଂ ଭବିଷ୍ୟତର ବାଟ ଦେଖାଏ । ଡକ୍ଟର ଦାସଙ୍କ ବଙ୍ଗଳାରେ ଅନୂଦିତ ଗଳ୍ପ ସଙ୍କଳନ ‘କାଚେର ପୁତୁଲ ଓ ଅନ୍ୟାନ୍ୟ ଗଳ୍ପ’ ସମ୍ପର୍କରେ ଆଲୋଚନା କରିଥିଲେ ପୁସ୍ତକର ଅନୁବାଦକ ଅଜିତ କୁମାର ପାତ୍ର । ସେହିପରି ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକର ଚର୍ଚ୍ଚା କରିଥିଲେ ଅନୁବାଦିକା ପ୍ରଫେସର କୃଷ୍ଣା ଭଟ୍ଟାଚାର୍ଯ୍ୟ । ଓଡ଼ିଆ ଓ ବଙ୍ଗଳା ଭାଷାର ସମ୍ପର୍କ ତଥା ବିନିମୟ ସମ୍ପର୍କରେ ଆଲୋକପାତ କରିଥିଲେ ଅନ୍ୟତମ ଅତିଥି ବକ୍ତା ଶ୍ୟାମଳ ଭଟ୍ଟାଚାର୍ଯ୍ୟ ।

ଗୌରହରିଙ୍କ ଗଳ୍ପର ବୈଶିଷ୍ଟ୍ୟ ସମ୍ପର୍କରେ କହିଥିଲେ ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ରାୟ । ମହାବିଦ୍ୟାଳୟର ବଙ୍ଗଳା ବିଭାଗର ସହକାରୀ ପ୍ରଫେସର ସୁରଜିତ ବେହେରା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହିବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କେ. ବିଶ୍ବାସ ମଂଚାସୀନ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାଫଲ୍ୟ ନନ୍ଦୀ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଲେଖକ କ୍ଷେତ୍ରବାସୀ ନାଏକ । କାର୍ଯ୍ୟକ୍ରମରେ ନୀଳଚକ୍ରର ସଭାପତି ଲକ୍ଷ୍ମୀନାରାୟଣ ମଲ୍ଲିକ, ସଂପାଦକ ଶେଷଦେବ ସାମଲ, ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂହ, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ତରୁଣ କୁମାର ସାହୁ, ଗିରୀଶ ସାହୁ, ସୁଶାନ୍ତ କୁମାର ପଣ୍ଡା, ପଲ୍ଲୀଶ୍ରୀ ପଟ୍ଟନାୟକ, ଚୌଧୁରୀ ଅମିତାଭ ଦାସ, ପ୍ରମୋଦ ମହାନ୍ତି,  କବି ଶୈବାଳିନୀ ସାହୁ, ପ୍ରଶାନ୍ତ କୁମାର ନାଥ, ସନାତନ ମହାକୁଡ଼, ରତିକାନ୍ତ ସାହୁ ପ୍ରମୁଖ ବହୁ ଓଡ଼ିଆ ଓ ବଙ୍ଗଳା ଲେଖକ ଲେଖିକା ଏବଂ ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like