-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
(ମନୋରଞ୍ଜନ ତ୍ରିପାଠୀ)
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସୋନପୁରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ସଭାରେ ଡ. ଅନିଲ ଗଙ୍ଗଦେବ, ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ସୋନପୁର ମହାବିଦ୍ୟାଳୟ, ଉପସ୍ଥିତ ମାନବ ଜୀବନରେ ବିଜ୍ଞାନର ପ୍ରଭାବ ଓ ଆବଶ୍ୟକତା ଉପରେ ଅଲୋଚନା କରିଥିଲେ । ଶିଶୁ ବାଟିକା ଶ୍ରେଣୀଠାରୁ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୫୫ ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଦ୍ୟାଳୟର ଉପସଭାପତି ଡ. ଗୀତାଞ୍ଜଳି ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଉଦ୍ଘାଟନ ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯଥା – ସର୍ବଶ୍ରୀ ଚକାନୟନ ମେହେର, ପ୍ରତ୍ୟୁଷ କୁମାର ସାହୁ, ତ୍ରିବିକ୍ରମ ପାତ୍ର, ଶ୍ଯାମ ସୁନ୍ଦର ପାତ୍ର, ଏନ. ସୁସନ୍ନା, ବିଶ୍ଵମ୍ଭର ମନହିରା ପ୍ରମୁଖ ନିର୍ଣ୍ଣାୟକ ଭାବେ ଯୋଗ ଦେଇ ଶିଶୁ ବୈଜ୍ଞାନିକମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଶିଶୁଙ୍କୁ ଚୟନ କରିବାରେ ସହଯୋଗ କରିଥିଲେ । ଶିଶୁ ଭଉଣୀମାନଙ୍କ ଦ୍ଵାରା ସାମୂହିକ କଣ୍ଠ ସଙ୍ଗୀତ ପରିବେଶଣ କରାଯାଇଥିଲା । ପୂର୍ବରୁ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପତ୍ର ବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ; ଗଣିତ ବିଭାଗରେ ପତ୍ର ବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ ତଥା ସଂସ୍କୃତିବୋଧ ପରିଯୋଜନା ବିଭାଗରେ ପତ୍ର ବାଚନ, ପ୍ରଶ୍ନମଞ୍ଚ, ଆଶୁଭାଷଣ, କଥାକଥନ, ନିବନ୍ଧ ଲିଖନ, ମୃଣ୍ମୟ କଳା ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି ସମସ୍ତ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ଆଜି ପୁରସ୍କୃତ କରଯାଇଥିଲା । ବିଜ୍ଞାନ ଗୂରୁମା ଶ୍ରୀମତୀ ସୌଦାମିନୀ ହୋତାଙ୍କ ପରିଚାଳନାରେ ତଥା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗ କ୍ରମେ ଜ୍ଞାନ ବିଜ୍ଞାନ ମେଳା ସମାହିତ ହୋଇଯାଇଛି । ଶେଷରେ ବିଦ୍ୟାଳୟର ସମ୍ପାଦକ ଡ. କୈଲାଶ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଜ୍ଞାନର ଉତ୍କର୍ଷତା ପଛରେ ରହିଥିବା ବୈଜ୍ଞାନିକଗଣଙ୍କ ବଳିଦାନ ବିଷୟରେ ଆଲୋକପାତ କରିଥିଲେ ।