-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଶିକ୍ଷକଙ୍କୁ ମିଳୁନି ତାଙ୍କର ନ୍ୟାର୍ଯ୍ୟ ଦାବୀ...  ଆନ୍ଦୋଳନକୁ ହତିଆର୍ କରି  ଶିକ୍ଷକ ଙ୍କ ରଣ ସଜ୍ଜା  

02-Aug-2025



 ଅତାବିରା(ଆକାଶ ମିଶ୍ର): ଆଜି ବରଗଡ଼ ଜିଲ୍ଲା  ,ବରପାଲି ବ୍ଲକ ଅନ୍ତର୍ଗତ  ଶ୍ରୀ ସାଇ ମନ୍ଦିର   ପରିସରରେ   ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼  ପକ୍ଷରୁ ଶିକ୍ଷକ ଓ  ଶିକ୍ଷା କର୍ମଚାରୀ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓଷ୍ଠା ଉପ ସଭାପତି ରୁଦ୍ରଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଓଷ୍ଟା  ନୀଳମଣି ପୁରୋହିତ, ରାଜ୍ୟ ସହ ସମ୍ପାଦକ, ଆଶୁତୋଷ ପ୍ରସାଦ ରଥ,ଜିଲ୍ଲା ସମ୍ପାଦକ  ସଞ୍ଜୟ ସିଂ,ଜିଲ୍ଲା କାର୍ଯ୍ୟକାରୀ ସଭାପତି   ଦେବାନନ୍ଦ ବିଶି, ଜିଲ୍ଲା ଉପ ସଭାପତି ସଚିଦା ନନ୍ଦ  ପ୍ରଧାନ, ରାଜ୍ୟ  ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ରଞ୍ଜିତା ମିଶ୍ର , ଜିଲ୍ଲା ଉପ ସଭାପତି ଅନୁସୂୟା ଦେବତା,୬୬୨ ବର୍ଗ କଲେଜ ର ସଭାପତି ଶାନ୍ତନୁ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି   ସମ୍ମେଳନ ରେ  ନୂତନ ଅନୁଦାନ ପ୍ରାପ୍ତ  ବିଦ୍ୟାଳୟ  ଓ କଲେଜ  ଗୁଡ଼ିକୁ  ସରକାରୀ କରଣ , ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ  ଗୁଡ଼ିକୁ ଅନୁଦାନ ପ୍ରଦାନ ତଥା  ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ  ରହିଥିବା   ବିଭିନ୍ନ ସମସ୍ୟା ପୁରଣ  ଦାବୀ  କୁ ନେଇ ଆଗାମୀ ଦିନରେ  ହେବାକୁ ଥିବା ସମନ୍ୱୟ ସମିତି ର  ଆନ୍ଦୋଳନ ର ରୂପ ରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ତୃଣ ମୂଳ ସ୍ତରରୁ  ରାଜ୍ୟ ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆ ଯିବ, ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଆନ୍ଦୋଳନ କୁ  ସଫଳତାର  ଶୀର୍ଷରେ ପହଞ୍ଚାlଇବା ପାଇଁ ଉପସ୍ଥିତ ସମସ୍ତ ସଂଗ୍ରାମୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମାନଙ୍କର  ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା ।  ଏହା ସହ
ଶିକ୍ଷାକର୍ମଚାରୀମାନେ ସମବେତ ହୋଇ ସରକାରଙ୍କ ନିକଟରେ ଦାବୀ ଜଣାଇବା ସହିତ ନିଜର ହକ୍ ପାଇଁ ସମବେତ ହେବେ । ଏହି ଆନ୍ଦୋଳନ ଶିକ୍ଷକ ମାନଙ୍କର ବୃଭି ଗତ ଦାବୀ ପୂରଣ ପାଇଁ ନୁହେଁ, ସାମଗ୍ରିକ ଭାବରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କର ଆତ୍ମ ମର୍ଯ୍ୟାଦା ଓ ସ୍ଵାଭିମାନ ରକ୍ଷା ସହିତ ବିଦ୍ୟାଳୟର ସ୍ଥାୟିତ୍ଵ ପାଇଁ ଉଦ୍ଦିଷ୍ଟ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ସ୍ୱାର୍ଥରକ୍ଷା ସହିତ ସେମାନଙ୍କ ଭିତରେ ଥ‌ିବା ବାଛ ବିଚାରକୁ ହଟାଇବା ପାଇଁ ଏ ଅନ୍ଦୋଳନ  ବୋଲି ସମନ୍ୱୟ ସମିତି ପ୍ରକାଶ କରିଛି। ସରକାରଙ୍କର ଏକବର୍ଷ  ପୁରଣ ହୋଇଥିଲେ ବି ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ଦିଗରେ ନିରବତା ଓ ଦାବୀ ପୂରଣ ଦିଗରେ କୌଣସି ଠୋସ୍ ପଦକ୍ଷେପ ନନେବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଆନ୍ଦୋଳନ ମାର୍ଗକୁ ଟାଣି ନେବାକୁ ବାଧ୍ଯ କରୁଛି ,ଏହି  ଆନ୍ଦୋଳନ କେବଳ ଦରମା ବଢ଼ାଇବା ପାଇଁ ନୁହେଁ, ବରଂ ଶିକ୍ଷାୟତନ ଓ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ ତ‌ଥା ଶିକ୍ଷକମାନଙ୍କର ସମସ୍ୟା ସମାଧାନ ସହିତ ଦୀର୍ଘଦିନ ଧରି ଅନୁଦାନ ପାଇ ନଥୁବା ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ, ଖାଲି ପଡ଼ିଥିବା ପଦବୀ  ପୁରଣ, ବିଭିନ୍ନ ଗ୍ରେଡ଼ ପେ ରେ ଥୁବା ଅସଙ୍ଗତି ଦୂରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ବରିଷ୍ଠତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ପ୍ରତ୍ୟେକ ବର୍ଗର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇଦେବା ଏବଂ ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦି ନ୍ୟାଯ୍ୟ ଦାବୀରେ ଏ ଆନ୍ଦୋଳନ  କରାଯିବ  ବୋଲି ଜଣା ପଡିଛି। ୨୪ ବର୍ଷ ଧରି ଶାସନ କରିଥିବା ବିଗତ ସରକାର କୌଣସି ଗୋଟିଏ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟକୁ ସରକାରୀ କରି ନଥିଲେ । ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଅସଙ୍ଗତି କୁ ମଧ୍ଯ ଦୂରୀକରଣ କରି ନ ଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ୧୯୯୪ ମସିହାରେ ପ୍ରଚଳିତ ଥିବା ଅନୁଦାନ ଆଇନ୍‌କୁ ବାତିଲ

କରି ୨୦୦୪ ମସିହାରୁ ସ୍କୁଲମାନଙ୍କରେ ଏବଂ ୨୦୦୮ ଓ ୨୦୦୯ରେ କଲେଜ ଗୁଡ଼ିକରେ ଏକ  ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥାକୁ ଲାଗୁ କରିଥିଲେ | ଯାହା ଶିକ୍ଷକ ମାନଙ୍କ ପାଇଁ ଅଭିଶାପ ସଦୃଶ ହୋଇ ରହିଛି।
  ଓଷ୍ଟା ସଂଘ ର କର୍ମ କର୍ତ୍ତା ମାନେ  ସରକାରଙ୍କ ସହିତ ବାରମ୍ବ ର ସାକ୍ଷାତ ଆଲୋଚନାରେ ସରକାର  ପ୍ରତି ଥର ଦାବି ମାନିନେବା ପାଇଁ ପ୍ରତିଶୃତି ପ୍ରଦାନ  କରି ଥାଆନ୍ତି।କିନ୍ତୁ ତାହା କାର୍ଯ୍ୟକାରୀ କରିବା  ର ସମୟ ତାଙ୍କ ପାଇଁ କେବେ ଆସି ନଥାଏ । ଯାହା ଜଣାଯାଉଛି ପ୍ରତିନିଧ ମୂଳକ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇ ପୂର୍ବବତ୍ ପ୍ରଶାସନ ମୂଳକ ଶାସନ ବ୍ୟବସ୍ଥା ପ୍ରଚଳିତ ହେବରେ ଲାଗିଛି । ଏପରି ସଂକଟମୟ ସ୍ଥିତିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ  ଦିଗହରା ହେଉଛନ୍ତି । ଏହି ଦିଗହରା ଶିକ୍ଷକମାନଙ୍କୁ ଏକାଠି କରି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ଶିକ୍ଷକ, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ସଂଗ୍ରାମୀ ପ୍ରଚେଷ୍ଟା  କରି ଆସୁଛି । ତେଣୁ ସେମାନେ ଆନ୍ଦୋଳନକୁ ନିଜର ହତିଆର କରି ହକ ପାଇଁ ସରକାର ଙ୍କ ବିପକ୍ଷରେ ସର୍ତ୍ତ ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛନ୍ତି।   ଏହି  ସମ୍ମେଳନ ରେ ବରଗଡ଼ ଜିଲ୍ଲାର  ସମସ୍ତ ବ୍ଲକ୍ ର ଓଷ୍ଟା  ସମ୍ପାଦକ ,ସଭାପତି,  କର୍ମକର୍ତ୍ତା ଙ୍କ ସମେତ  ଶତାଧିକ  ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ, ଓଷ୍ଟା ଯାଦବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like