-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲଙ୍କ ୮ମ ଶ୍ରାଦ୍ଧଦିବସ

02-Aug-2025



ବଲାଙ୍ଗିର(ପ୍ରେରଣା ଖବର):  ଓଡିଶାର ସାହିତ୍ୟ,ସଂସ୍କୃତି ଓ ଐତିହାସିକ ଗବେଷଣାରେ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଯଥେଷ୍ଟ ଅବଦାନ ରହିଛି। ତାଙ୍କର ଗବେଷଣା ଲବ୍ଧଜ୍ଞାନ ତାଙ୍କୁ ଅମର କରି ରଖିଛି। ପ୍ରାରମ୍ଭିକ ଜୀବନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ଅଧ୍ୟବସାୟ ତାଙ୍କୁ ପ୍ରତିଷ୍ଠିତ କରିଥିଲା । ଜଣେ ମାଟ୍ରିକପଢା ଲୋକର ଐତିହାସିକ ଗବେଷଣା ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟପୁସ୍ତକ ଆକାରରେ ପ୍ରଚଳନ ହେବା ନିହାତି ଏକ ବିରଳ ଘଟଣା  ବୋଲି ଆଜି ତରଭା ବ୍ଲକ ମେଣ୍ଡା ମହର୍ଷିବୁଦ୍ଧରାମ ଡିଗ୍ରୀମହାବିଦ୍ୟାଳୟ ଗୋବିନ୍ଦ ବିହାର ଠାରେ ଆୟୋଜିତ ସଦାନନ୍ଦ ଅଗ୍ରୱାଲଙ୍କ ୮ମ ଶ୍ରାଦ୍ଧଦିବସରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ମତବ୍ୟକ୍ତ କରିଛନ୍ତି । ଡ.ସାହୁ ଆହୁରି କହିଲେ ଯେ,ସ୍ୱର୍ଗତ ସଦାନନ୍ଦ ବାବୁ ଜଣେ ମହିମାଧର୍ମର ପରମଉପାସକ ଥିଲେ । ସେ ସନ୍ଥକବି ଭୀମଭୋଇଙ୍କ ନାମରେ ଭୁବନେଶ୍ୱର ରାଜଧାନୀରେ ଏକ ରାସ୍ତାର ନାମକରଣ,ଏକ ବିଶ୍ୱବିଦ୍ୟାଳୟର ନାମକରଣ ଓ ବିଶ୍ୱବିଦ୍ୟାଳୟର ଏକ ଚେୟାର ସ୍ଥାପନ ଯାହାକି ଆଜି ସଫଳ ହୋଇସାରିଛି। ରାଜଧାନୀ ଭୁବନେଶ୍ୱରରେ ଏକ ରାସ୍ତାକୁ ଓଡିଶା ସରକାର ଭୀମଭୋଇଙ୍କ ନାମରେ ନାମିତ କରିଛନ୍ତି। ସେହିପରି ବଲାଙ୍ଗୀର ମେଡିକାଲ କଲେଜକୁ ଭୀମଭୋଇଙ୍କ ନାମରେ ନାମିତ କରାଯାଇଥିବା ବେଳେ ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର

ସ୍ଥାପନ ହୋଇସାରିଛି ବୋଲି ଜିଲ୍ଲାପାଳ ଡ.ସାହୁ କହିବା ସହିତ ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ମଣିଷ ଥିଲେ ବୋଲି କହିଥିଲେ । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ଏମବିଆର ଡିଗ୍ରୀକଲେଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମବିଆର ଡିଗ୍ରୀକଲେଜର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ବିଶିଷ୍ଟ ବାନ୍ଧଶିଲ୍ପୀ ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେର,ସମ୍ମାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ,ଭୀମସାର ବୁର୍ଲାର  ସ୍ତ୍ରୀ ଓ ପ୍ରସୂତୀବିଭାଗର ବିଶେଷଜ୍ଞ ପ୍ରଫେସର ଡ.ବେଣୁଧର ପାଣ୍ଡେ, ରୋଟାରିଆନ ବିଷ୍ଣୁପ୍ରସାଦ କେଡିଆ ଓ ମୁଖ୍ୟବକ୍ତା ଭାବରେ କୁଟୁମଡୋଲା କଲେଜର ପ୍ରଧ୍ୟାପକ ଡ.ସୁରେଶଚନ୍ଦ୍ର ଷଢଙ୍ଗୀ ଯୋଗଦେଇଥିଲେ । ସିଦ୍ଧାର୍ଥ ଅଗ୍ରୱାଲ ଅତିଥି ପରିଚୟ ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏସପି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ ସହିତ ରହିଥିବା ପୁରୁଣା ସ୍ମୃତିଚାରଣ କରିଥିବା ବେଳେ ଅଞ୍ଚଳପ୍ରତି ଥିବା ତାଙ୍କର ଅବଦାନ ବିଷୟରେ କହିଥିଲେ। ମୁଖ୍ୟବକ୍ତା ଡ.ଷଢଙ୍ଗୀ ତାଙ୍କ ବକ୍ତବ୍ୟରେ ସଦାନନ୍ଦ ଅଗ୍ରୱାଲ ଲକ୍ଷ୍ୟନିଷ୍ଠ ଗବେଷଣା ତଥା ତାଙ୍କର ସମସ୍ତଙ୍କ ପ୍ରତିଥିବା ଭଲପାଇବାର ଗୁଣ ବିଷୟରେ କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭୀମସାର ବୁର୍ଲାର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ପ୍ରଫେସର ଡ.ବେଣୁଧର ପାଣ୍ଡେଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । ଭୀମସାର ବୁର୍ଲ ଏହି କାର୍ଯ୍ୟକ୍ରମରେ ଖଲିଆପାଲି ଭୀମଭୋଇ ସମାଧିପୀଠର ମଠାଧିଶ ସନ୍ୟାସୀ ବାବା, ମେଣ୍ଡାର ବରିଷ୍ଠ ନାଗରିକ ଶମ୍ଭୁଭୁଷଣ ପର୍ଦ୍ଧିଆ, ସନ୍ତୋଷ ଦାସ, ନାରାୟଣ ଝାଙ୍କର, ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ପ୍ରମୁଖ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ। ଧିରେନ୍ଦ୍ର ଝାଙ୍କର ମାନପତ୍ର ପଠନ କରିଥିବା ବେଳେ ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିଗଣ କଲେଜ କ୍ୟାମ୍ପସରେ ବୃକ୍ଷରୋପଣ ମଧ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ

ଧର୍ମପତ୍ନୀ ତାରା ଅଗ୍ରୱାଲ,ଏମବିଆର ଡିଗ୍ରୀକଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ,ବରିଷ୍ଟ ନାଗରିକ ନାରଦ ପୂଜାରୀ, ମୋହନ ଝାଙ୍କର, ଟଙ୍କଧର ମେହେର, ଚୈତନ୍ୟ ବାରିକ, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ,ରାଜେନ୍ଦ୍ର ପଣ୍ଡା, ମଦନ ମୋହନ ପଣ୍ଡା, ନରସିଂହ ପଣ୍ଡା, ଜିତେନ୍ ପଣ୍ଡା ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ, କଲେଜର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । 
 ଆଜିର ଏହି ଶ୍ରାଦ୍ଧଦିବସ ଉପଲକ୍ଷେ ଏମବିଆତ ଡିଗ୍ରୀ କଲେଜରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଡ.ବେଣୁଧର ପାଣ୍ଡେ ୫୯ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଠିକ ସେହିପରି ବୀରମହାରାଜପୁର ପଣ୍ଡାପାଲି ମହାନଦୀ ନେତ୍ରଚିକିତ୍ସାଳୟର ଡ.ରୋହିତ, ଅପଥାଲମିଷ୍ଟ ସ୍ୱେତା ମିଶ୍ର, ଧର୍ମୁ ମହାନନ୍ଦ, ଚନ୍ଦ୍ରଶେଖର ନନ୍ଦ, ଶୁଭଲକ୍ଷ୍ମୀ ଭୁକ୍ତା ୫୦ଜଣ ରୋଗୀଙ୍କ ଆଖି ପରୀକ୍ଷା କରିଥିବା ବେଳେ ସୁବର୍ଣ୍ଣପୁର ରକ୍ତଭଣ୍ଡାରର ଡାକ୍ତର ପ୍ରମୋଦ ମେହେର, ସତ୍ୟବ୍ରତ ତାଣ୍ଡି, ଜଗତ ଦରୱାନ,ଯୁଧିଷ୍ଠୀର ନାଏକଙ୍କ ନେତୃତ୍ୱ ରେ  ଅନୁଷ୍ଠିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like