-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସ୍ଥାନୀୟ ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସମ୍ବଲପୁରୀ ଦିନ ପାଲିତ ହୋଇଯାଇଅଛି । ସମ୍ବଲପୁରୀ ସାହିତ୍ୟ,ସଂସ୍କୃତି,ପରମ୍ପରାର ବାହାକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କ ଫଟୋଚିତ୍ର ଏଵଂ ମା ସମଲେଶ୍ଵରୀଙ୍କ ଠାରେ ସମସ୍ତେ ପୁଷ୍ପାଞ୍ଜଳୀ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ସକାଳ ପ୍ରାର୍ଥନା ସଭାରେ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ଆରମ୍ଭ ହେଇଥିଲା। ଛାତ୍ରୀ ତିତିକ୍ଷା ଜାଲ, ପୁଜା ଦଣ୍ଡସେନା ,ଶିକ୍ଷୟତ୍ରୀ ରିଙ୍କି କୁମୁରିଆ ଏଵଂ ଅଧ୍ୟକ୍ଷ ଶିଶୁପାଳ କଲେତ ଏ ଦିବସର ଯଥାର୍ଥତା ସହ ଗରୁ ସତ୍ୟନାରାୟଣ ବହିଦାର ଙ୍କ ସମ୍ବଲପୁରୀ ଭାଷା ସଂସ୍କୃତିପ୍ରତି ଥିବା ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ରୀ ଆଦ୍ୟାସା ମେହେର,ଅଭିଷିକ୍ତ। ପଧାନ ଓ ଶିକ୍ଷକ ଚିତ୍ତରଂଜନ ବିଶ୍ବାଳ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ପଶ୍ଚିମ ଓଡ଼ିଶାର ହାରାହାରି ପଚାଶରୁ ଉର୍ଦ୍ଧ୍ବ ପ୍ରକାରର ପାରମ୍ପାରିକ ଖାଦ୍ୟ ,ବିଭିନ୍ନ ପିଠା ଠାରୁ ସରସତିଆ ପର୍ଯ୍ୟନ୍ତ ପ୍ରଦର୍ଶନ କରି ନିଜ ନିଜ ଭିତରେ ବାଣ୍ଟି ଖାଇଥିଲେ। ପ୍ରାର୍ଥନା ସଭା ସମ୍ବଲପୁରୀ ଭାଷାରେ ଅନୁଷ୍ଠିତ ହୋଇଥିବା ବେଳେ ପିଣ୍ଟୁ ମେହେର, ଚାନ୍ଦିନୀ
ତ୍ରୀପାଠୀ, ଅର୍ଣ୍ଣବ୍ ହୋତା, ଅର୍ଣବ ସାହୁ, ସୁଶୃତ ଦେହୁରୀ , ଆତ୍ମଜୀତ୍ ସହୁ ପ୍ରମୁଖ ଅଂଶଗ୍ରହଣ କରିଥଲେ। ପ୍ରକାଶ ଥାଉ କି ସମସ୍ତ ଛାତ୍ରଛାତ୍ରୀ ସମ୍ବଲପୁରୀ ପୋଷାକ ପରିଧାନ କରି ଆସିଥିଲେ। ଶେଷରେ ଯେଶିକା ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥଲେ।