-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ସାନଭାଇ ଶଙ୍କର ନାଏକ ଟାଙ୍ଗିଆରେ ବଡଭାଇ ଆନନ୍ଦ ନାଏକ ( ୩୩) ଙ୍କୁ ଆକ୍ରମଣ କରିବାରୁ ପ୍ରଥମେ ବୌଦ୍ଧ ଜିଲ୍ଲା ଡାକ୍ତରଖାନା କୁ ନିଆ ଯାଇଥିଲା ଓ଼ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ସୁବଳୟା ପୋଲିସ ଖବର ପାଇ ବୌଦ୍ଧ ଡାକ୍ତର ଖାନାକୁ ପହଞ୍ଚି ସବ ଜବତ କରି ଅନୁସନ୍ଧାନ କରିବା ସହିତ ସାନଭାଇ ଶଙ୍କର କୁ ଗିରଫ କରିଥିଲେ। ବୌଦ୍ଧ ଡାକ୍ତର ଖାନରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି l ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ଼ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପହଞ୍ଚି ଛାନ ଭିନ କରିବା ସହ ଶଙ୍କର କୁ ଥାନାରେ ଅଟକ ରଖି ପ୍ରକୃତ ରେ କେଉଁ ପରିସ୍ଥିତି ରେ ବଡଭାଇ କୁ ଟାଙ୍ଗିଆ ରେ ହାଣିଲା ସେ ନେଇ ଅଧିକ ତଦନ୍ତ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।