-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||     

HOME   ଜିଲ୍ଲା

ସଦ୍ୟଜାତ ଶିଶୁ ବିକୁଛନ୍ତି ଦାଦନ ପରିବାର:ଜିଲ୍ଲାରୁ ବର୍ଷ ବର୍ଷ ଧରି ବେଆଇନ ଦାଦନଚାଲାଣ

31-Jul-2025



ରିପୋର୍ଟ : ମଳୟ ମିଶ୍ର

ଦାଦନରୁ ଦାରିଦ୍ର୍ଯ : ଦାରିଦ୍ର୍ଯରୁ ଶିଶୁବିକ୍ରି

ବଲାଙ୍ଗୀର:  ସଂପ୍ରତି ଟିଟିଲାଗଡ ବ୍ଲକ୍ ରେ ଏକ ଦାଦନପରିବାର ଅଭାବ ହେତୁ ତାଙ୍କର ସଦ୍ୟଜାତ ଶିଶୁକନ୍ୟାଟିକୁ ୨୦ ହଜାର ଟଙ୍କାରେ ବିକି ଦେଇଥିବା ଖବର ଚର୍ଚ୍ଚିତ ହୋଇଛି । ଖବର ପ୍ରକାଶ ପାଇବା ପରେ ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ ପୂର୍ବକ ଚାଇଲ୍ଡ ଲାଇନ ସହାୟତାରେ ବରଗଡ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ପ୍ରଶାସନ ଉଦ୍ଧାର କରିଥିଲେ ହେଁ , ବାରମ୍ବାର ଟିଟିଲାଗଡ ଓ ବଲାଙ୍ଗୀର ଜିଲ୍ଲାରୁ ହେଉଥିବା ଶିଶୁବିକ୍ରି ରୋକିବା ଦିଗରେ ସରକାର ପଦକ୍ଷେପ ନେଉନାହାଁନ୍ତି । ଏଥିପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚବାର୍ଚ୍ଚ କରୁଥିବା ଡିପିୟୁସି , ସିଡବ୍ଲୁସି , ଚାଇଲ୍ଡ ଲାଇନ ପରି  ସଂସ୍ଥାଗୁଡିକର ଅବସ୍ଥିତି ବିଫଳ ପ୍ରମାଣିତ ହୋଇଛି । ସବୁଠାରୁ ଉଦ୍ ବେଗଜନକ ହେଉଛି , ଦାଦନଶ୍ରମିକ ପରିବାରରୁ ଏଭଳି ଶିଶୁବିକ୍ରି ବୃଦ୍ଧି ପାଉଥିବା ବେଳେ ଶ୍ରମବିଭାଗ ଜିଲ୍ଲାରୁ ପ୍ରକୃତରେ କେତେ ଦାଦନଶ୍ରମିକ ଚାଲାଣ ହେଉଛନ୍ତି , ତାହାର ହିସାବ  ନ ରଖିବା  !  କିଛିମାସ ତଳେ  ଟିଟିଲାଗଡ ଉପଖଣ୍ଡର ଏମସିଏଚ୍ ରେ ଜନ୍ମିତା ଗୋଟିଏ ଶିଶୁକନ୍ୟାକୁ ବିକ୍ରି ଉଦ୍ୟମ ଓ ତା' ଆଗରୁ ଗତ କିଛିମାସ ପୂର୍ବରୁ ଏହି ଚିକିତ୍ସାଳୟରୁ ଏକ ଶିଶୁପୁତ୍ର ବିକ୍ରି ଉଦ୍ୟମ ପରେ ଉଦ୍ଧାର କରାଯାଇଥିଲା ।  ତେବେ ଖପ୍ରାଖୋଲ ବ୍ଲକର ଲାଠୋର ଥାନାନ୍ତର୍ଗତ ସୁନାମୁଦି ଉପସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମିତ ଏକ ଶିଶୁକନ୍ୟା ବିକ୍ରି ପରେ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାୟପୁରରୁ ଉଦ୍ଧାର ଏବଂ ବଲାଙ୍ଗୀର ଜିଲ୍ଲା ମୁଖ୍ଯ ହାସପାତାଳ ବନାମ ଭୀମଭୋଇ ମେଡିକାଲ କଲେଜ  ହାସପାତାଳରେ ଜନ୍ମିତା ମୁରିବାହାଲ ଥାନାନ୍ତର୍ଗତ କର୍ଲା ଗ୍ରାମର ଏକ ଦମ୍ପତିଙ୍କ ଏକ ଶିଶୁକନ୍ୟା ବିକ୍ରି ଘଟଣାରେ ଉଭୟ  ଦାଦନଶ୍ରମିକ ପରିବାରର ବୋଲି ଜଣାଯାଇଥିଲା  । କିନ୍ତୁ ଏହି ପରିବାର ସମ୍ପର୍କରେ ଶ୍ରମବିଭାଗ ନୀରବତା ସହିତ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ  ଦାଦନଶ୍ରମିକ ସମସ୍ୟାର ସମାଧାନ ପାଇଁ ଗଠିତ ଟାସ୍କଫୋର୍ସ ପ୍ରତି ଜିଲ୍ଲା ଶ୍ରମବିଭାଗର ବେଖାତିର୍ ମନୋଭାବ  !  

ଗତ ୨୮ ତାରିଖ ଦିନ ଜିଲ୍ଲାର ୨ ଜଣ ବରିଷ୍ଠ  ସାମ୍ବାଦିକ ବଲାଙ୍ଗୀର ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟକୁ ଯାଇ ଭିତରକୁ ଯିବାର ଅନୁମତି ମାଗିଥିଲେ ଓ ଜିଲ୍ଲା ଶ୍ରମ ଅଧିକାରୀ  ସୁକାନ୍ତ ସେଠୀ ସେମାନଙ୍କୁ ବସିବାକୁ କହିବା ପରେ ସେମାନେ ପରିଚୟ ଦେଇ 'ଜିଲ୍ଲାରୁ ବର୍ଷକୁ କେତେ ଦାଦନଶ୍ରମିକ ରାଜ୍ଯ ବାହାରକୁ ଯାଉଛନ୍ତି , ଉପରୋକ୍ତ ଦାଦନଶ୍ରମିକ କେଉଁ ଲାଇସେନ୍ସ ପ୍ରାପ୍ତ  ଶ୍ରମିକ ଠିକାଦାରଙ୍କ ତାଲିକାଭୁକ୍ତ ଥିଲେ ? ' ଓ ଟାସ୍କଫୋର୍ସ ରେ ଆପଣଙ୍କ ଦାୟିତ୍ବ କ'ଣ ଇତ୍ୟାଦି ତଥ୍ଯସଂଗ୍ରହ କରିବାକୁ ଚାହିଁଥିଲା ବେଳେ , ତାଙ୍କ ରୁଦ୍ଧ ଅଫିସ କୋଠରୀରେ ଜନୈକା ଯୁବତୀ ଅଧିକାରିଣୀଙ୍କ ସହ ବସି ନିଭୃତ ଆଲୋଚନା କରୁଥିବାରୁ ସେ ଚିହିଁକି ଉଠି ଜିଲ୍ଲାପାଳ ଡିଆଇପିଆରଓଙ୍କୁ ଦେଇଥିବା ସାମ୍ବାଦିକ ତାଲିକାରେ ଆପଣମାନେ ଅଛନ୍ତି କି  ? ମୋ ପାଖରେ ୪/ ୫ ଜଣଙ୍କର ନାମତାଲିକା ଅଛି ।  ସେଇମାନେ ଆସି ପଚାରିପାରିବେ ଓ କେବଳ ନୂଆବର୍ଷ ଓ ନୂଆଖାଇରେ ସେମାନେ ଆସନ୍ତି ' ବୋଲି କହି  କାର୍ଯ୍ୟବ୍ୟସ୍ତତା ଆଳରେ ଏଡାଇ ଯାଇଥିବା ଆଶ୍ଚର୍ଯ୍ୟ କରିଥିଲା  !  ଏପରିକି ତାଙ୍କ ଫୋନ୍ ନମ୍ବର ମାଗିବାରୁ ସେ ନିଜ ନମ୍ବର  ନଦେଇ ପିଅନକୁ ସହକାରୀ ଶ୍ରମକମିଶନର କେଶବ ବେହେରାଙ୍କ ନମ୍ବର ମାଗିଦେବାକୁ କହିଥିଲେ । ଉକ୍ତ ଅଧିକାରୀ ମଧ୍ଯ ଟିକେ ହଡବଡେଇ ଯିବାପରେ ନମ୍ବର ଦେଇଥିଲେ  !  ସବୁଠାରୁ ଆଶ୍ଚର୍ଯ୍ୟ କରିଥିଲା ଏଠାରେ ପ୍ରାୟ ତିନିବର୍ଷ ହେଲା ରହିଥିବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବେପରୁଆ କୈଫିୟିତ୍ ।  ଟାସ୍କଫୋର୍ସ ସମ୍ପର୍କରେ ସେ କହିଥିଲେ ଯେ , ତାହା ବ୍ଲକର ବିଡିଓଙ୍କ କାମ । ମୋ କାମ ନୁହେଁ । ମୋ କାମ ଶ୍ରମିକଙ୍କ ରେଜିଷ୍ଟ୍ରେସନ ବି ନୁହେଁ । କେବଳ ବେଆଇନ ଧରପଗଡ ଓ  ରେସ୍କ୍ୟୁ  । '

ତା'ହେଲେ ବଲାଙ୍ଗୀର ଜିଲ୍ଲା ଶ୍ରମଅଧିକାରୀଙ୍କର କାମ କ'ଣ  ? ତଥ୍ଯ ପ୍ରଦାନରେ ତାଙ୍କର ଏତେ ଭୟ କାହିଁକି  ବୋଲି ଲୋକେ ପ୍ରଶ୍ନ କରିଛନ୍ତି  ? ଏଥିସହ ଏହି ବିଭାଗ ଓ ଏଠାରେ ଅବସ୍ଥାପିତ ଅଧିକାରୀଙ୍କର ପୁଙ୍ଖାନୁପୁଙ୍ଖ ବିବରଣୀ ନିମନ୍ତେ କେତେକ ମହଲରେ ସୂଚନା ଆଇନ ବଳରେ  ତଥ୍ଯ ମଗାଯିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି ।

ତେବେ ଗତବର୍ଷ ଜିଲ୍ଲାର ୧୪ ଟି ବ୍ଲକରେ ମୋଟ ୨୩ ହଜାର ୭୮୮ ଦାଦନଶ୍ରମିକ ବାହାରକୁ ରେଜିଷ୍ଟ୍ରିଭୁକ୍ତ ସର୍ଦ୍ଦାର ବନାମ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ଜରିଆରେ ପଠାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ  । ଯଦିଓ  ଶ୍ରମବିଭାଗର ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହାଠାରୁ ବହୁଅଧିକ ଶ୍ରମିକ ଓ ବେଆଇନ ଶ୍ରମିକ ଚାଲାଣ ଚାଲିଛି ।  ଲାଇସେନ୍ସ ରିନୁଆଲ୍ , ଲାଇସେନ୍ସ ପ୍ରଦାନ, ରେସ୍କ୍ୟୁ ବା ଉଦ୍ଧାର ଓ ଅନ୍ଯାନ୍ଯ ଉପାୟରେ ବଲାଙ୍ଗୀର ଜିଲ୍ଲା ଶ୍ରମବିଭାଗ ନିୟମିତ ପ୍ରଚୁର ବଟି ଓ ଲାଞ୍ଚ ନେଇ ସରକାରଙ୍କୁ ଭୁଲ୍ ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଆସୁଛି ।  ଏପରିକି ଅଫିସ୍ କାନ୍ଥରେ ଲଟକା ଯାଇଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳ ନିମନ୍ତେ ଦାୟିତ୍ବରେ ଥିବା  ସହକାରୀ ଶ୍ରମ ଅଧିକାରୀଙ୍କ ଫୋନ୍ ନମ୍ବର ଭୁଲ୍ ଦର୍ଶାଯାଇଥିବା ଓ  ବ୍ଲକ୍ ମାନଙ୍କରେ ସୃଷ୍ଟ ଦାଦନସମସ୍ୟାର ତଥ୍ୟ ମାଗିଲେ , ମିଳୁ ନଥିବା ଦେଖାଯାଇଛି ।  ଉଲ୍ଲେଖଯୋଗ୍ଯ ଯେ , କିଛିଦିନ ତଳେ  ଅଫିସ୍ ଭିତରେ ଏହି କାର୍ଯ୍ୟାଳୟର ତତ୍କାଳୀନ ସହକାରୀ ଶ୍ରମ କମିଶନର ୧୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ ।  ଏହି ଅଫିସ୍ ରେ ଜଣେ ସ୍ଥାନୀୟା ମହିଳା କର୍ମଚାରୀ ଦୀର୍ଘ ବର୍ଷ ଧରି ଅବସ୍ଥାପିତା ରହିଛନ୍ତି ଓ ତାଙ୍କ ଜରିଆରେ ଅଫିସ୍ ର ପ୍ରାୟ ସବୁ କର୍ମଚାରୀ ଓ ସବୁ ବ୍ଲକର ଅଧିକାରୀଙ୍କର ଦାଦନଦଲାଲମାନଙ୍କ ସହିତ ଦେଣନେଣ କାରବାରର ଅଭିଯୋଗ  ହୋଇଆସୁଛି । ଏତଦ୍ ବ୍ଯତୀତ ନିର୍ମାଣ ଶ୍ରମିକ , କଳକାରଖାନାର ଶ୍ରମିକ ଓ ଅନ୍ଯାନ୍ଯ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ଯ କୁ ଗୋପନ ରଖାଯାଉଛି । ଏହି ଅଧିକାରୀଙ୍କର ଉପର ମହଲରେ ଭିତିରିଆ ସମ୍ପୃକ୍ତି ରହିଥିବାରୁ ସେ ଅଧିକ ନିରଙ୍କୁଶ ହୋଇଉଠିଥିବା ଚର୍ଚ୍ଚା ହେଉଛି । 

ତେଣୁ  ସରକାର ଯେତେ ଯାହା ଟାସ୍କଫୋର୍ସ ବା ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ କଲେ ହେଁ , ବଲାଙ୍ଗୀର ଜିଲ୍ଲା ସମେତ ଦାଦନପ୍ରବଣ ପଶ୍ଚିମଓଡିଶାର ଦାଦନଶୋଷଣ କଦାଶ୍ଚନ ଲୋପ ପାଇବ ନାହିଁ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026

You Might Also Like