-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
31-Jul-2025
ଡୁଙ୍ଗୁରିପାଲି (ପ୍ରେରଣା ଖବର): ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ବରିଷ୍ଠ ଗ୍ରନ୍ଥାଗାରୀକ ଦୁର୍ବାଦଳ ମେହେରଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାକୁ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଶୈଳେଶ ଶତପଥି ପରିଚାଳନା କରିଥିଲେ । ଭକ୍ତ ସଭାରେ ଇଂରାଜୀ ବିଭାଗର ମୁଖ୍ୟ ପ୍ରଧ୍ୟାପକ ବିଜୟାନନ୍ଦ ଦାସ, ପ୍ରାଧ୍ୟାପକ
ଶୁକଦେବ ଝାଙ୍କର, ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀମତୀ ପଦ୍ମିନୀ ଗୁରୁ, ଓଡ଼ିଆ ବିଭାଗର ମୁଖ୍ୟ ଲକ୍ଷ୍ମଣ ଭୁଏ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ତରଫରୁ ଦୁର୍ବାଦଲ ମେହେର୍ଙ୍କୁ ଉପଢୌକନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଭକ୍ତ ସଭାରେ ଅଧ୍ୟାପକ ପ୍ରକାଶ କୁମାର ମେହେର, ଅଧ୍ୟାପିକା ମଧୁସ୍ମିତା ଶତପଥି, ଅଧ୍ୟାପିକା ଲିପସା ବେହେରା, ଅଧ୍ୟାପିକା ସଞ୍ଜୁକ୍ତା ବାରିକ, ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ