-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-Jul-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ସଦର ମହକୁମା ସୁବର୍ଣ୍ଣପୁର ସହର ର ସୋନ୍ଦର୍ଯ୍ୟ କରଣ କରିବାକୁ ବିଭିନ୍ନ ଅଧିକାରୀ ଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଥିଲେ l ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ବ୍ଲକ ଛକ ରୁ ସହର କୁ ପ୍ରବେଶ ପାଇଁ ଉଭୟ ପାର୍ଶ୍ୱ ରାସ୍ତା ରେ ବସିଥିବା ପନିପରିବା ବିକାଳୀ ଙ୍କୁ ତାଙ୍କ ପାଈଁ ନିର୍ମାଣ କରା ଯାଇଥିବା ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ କୁ ସ୍ଥାନାନ୍ତର ହେବା କୁ ପରାମର୍ଶ କରିଥିଲେ l ଭେଣ୍ଡିଂ ଜୋନ ରେ ଥିବା ବିଭିନ୍ନ ସମସ୍ୟା ଟଲେଟ, ପିଇବା ପାଣି, ସାନିଟାରୀ ଆଦି ଆବଶ୍ୟକୀୟ ସୁବିଧା ଯୋଗାଇଦେବା କୁ ବିକାଳୀ ମାନେ ଜିଲ୍ଲାପାଳ ଙ୍କୁ ଗୁହାରି କରି ଥିବା ବେଳେ ସେ ସବୁ ର ତୁରନ୍ତ ସମାଧାନ ପାଇଁ ପୌର ପରିଷଦ ଓ ବିଭିନ୍ନ ଅଧିକାରୀ ଙ୍କୁ ନିର୍ଦ୍ଦେଶ କରିଥିଲେ ଜିଲ୍ଲାପାଳ l ଉକ୍ତ ଛକ ରେ ଥିବା ଡିଭାଇଡ଼ର ଗୁଡ଼ିକୁ ଭାଙ୍ଗି ଭୁବନେଶ୍ୱର ମାଷ୍ଟର କ୍ୟାନ୍ଟିନ ଛକ ଭଳି ଅତ୍ୟାଧୁନିକ ଛକ ନିର୍ମାଣ ସହ ସହର ସୌନ୍ଦର୍ଯ୍ୟ କରଣ ଉପରେ ଗୁରୁତ୍ବ ଦେବା କୁ ଅଧିକାରୀ ମାନଙ୍କୁ ପ୍ରସ୍ତାବ ଆଗତ ପାଇଁ ନିର୍ଦ୍ଦେଶ ଥିଲେ l ଖରା ବର୍ଷା ସମସ୍ୟା ଲାଗି ଟ୍ରାଫିକ ପୋଲିସ ଙ୍କ ପାଇଁ ଏକ ସେଡ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ l ପରେ ପରେ ଡେଲି ମାର୍କେଟ କୁ ପରିଦର୍ଶନ କରି ସେଠାରେ ନୂତନ ମଣ୍ଡପ ନିର୍ମାଣ, ସଫା ସୂତରା ସହ ମାଛ ବଜାର ଓ ପରିବା ବଜାର ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପୌର ଅଧିକାରୀ ଙ୍କୁ ନିର୍ଦ୍ଦେଶ କରିଥିଲେ l