-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ

30-Jul-2025



(ମିହିର ଶଙ୍କର ପାତ୍ର,)
 ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ ବୈଠକ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ର ୫୨ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୧୯ ଗୋଟି ସ୍ନାତକ ମହାବିଦ୍ୟାଳୟ ରୁ ପ୍ରାୟ ସତୁରି ଜଣ ଅଧ୍ୟକ୍ଷ ଓ କାଉନସିଲର ମାନେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ର ଜିଲ୍ଲା ଚେୟାରମେନ ଶ୍ରୀ ଡି. ଗୋବିନ୍ଦା ରାଓ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଯୋଗଦେଇ କାଉନସିଲର ମାନଙ୍କୁ ଯୁବ ରେଡକ୍ରସ ନିଶ୍ଚିତ ସମାଜ ସେବା ଆଡ଼କୁ ନେବା ସହ ଜିଲ୍ଲା ରେ ରକ୍ତଦାନ , ବୃକ୍ଷ ରୋପଣ କୁ ପ୍ରୋତ୍ସାହନ ଦେବାସହ ସମାଜ ସେବାରେ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସେ ପଚିଶି ପ୍ରକାର ବରଗଛ କୁ ବୋନସାଇ ମାଧ୍ୟମରେ ଚାରା କରିଥିବା ପ୍ରକାଶ କରିଥିଲେ। ରେଡକ୍ରସ୍ ର ଆଜୀବନ ସଦସ୍ୟ ତଥା ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ  କଲେଜ ସ୍ତରରେ ସମାଜ ସେବାରେ ରେଡ଼କ୍ରସ ର ଭୂମିକା ଉପରେ ଦିଗଦର୍ଶନ ଦେବା ସହ ସମାଜ ସେବା ପାଇଁ ସମସ୍ତ ପ୍ରକାର ସହଯୋଗ ସବୁବେଳେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାର୍ଥୀ କଲେଜ ର ପରିଚାଳକ ଶ୍ରୀ ସତ୍ୟ ନାୟକ ଅତିଥି ଭାବେ ଯୋଗ ଦେଇ ରେଡକ୍ରସ ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ପାଠପଢ଼ା ସହ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ବିକାଶ କରିବାରେ କାଉନସିଲର ମାନଙ୍କର ଭୂମିକା କୁ ପ୍ରଶଂସା କରିବା ସହ ରେଡ଼କ୍ରସ  ଏକ ଉଚିତ୍ ମାଧ୍ୟମ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ରଞ୍ଜନ ସ୍ୱାଇଁ ଅବସର ପରେ ମଧ୍ୟ ଆହୁରି କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସମାଜ ସେବା କରିବାର ପ୍ରତିଶୃତି ଦେଇଥିଲେ।ଅତିଥି ମାନେ ସମଗ୍ର ଜିଲ୍ଲା ପାଇଁ "ପ୍ରତି ଅନୁଷ୍ଠାନ ରେ ଗୋଟିଏ ବରଗଛ ଅଭିଯାନ" ପ୍ରକଳ୍ପର ଉଦଘାଟନ କରିବା ସହିତ ସାଙ୍କେତିକ ଭାବରେ ବାର ଗୋଟି ବରଗଛ ଜିଲ୍ଲା ର ୧୦ ଗୋଟି ବ୍ଲକ ଓ ଦୁଇଟି ପୌର ପାଳିକା ର ବଛା ବଛା ଅନୁଷ୍ଠାନ କୁ ବରଗଛ ଉପହାର ଦିଆଯାଇଥିଲା। ଶ୍ରୀ ତପନ ବିଷୋୟୀ ଙ୍କୁ ଜିଲ୍ଲା ରେ ବହୁ ସଂଖ୍ୟକ ବରଗଛ ଲଗାଇଥିବାରୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯିବା ସହିତ ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କୁ ରେଡକ୍ରସ ର ଜୀବନ ବ୍ୟାପୀ ସଦସ୍ୟତା ସହ ସମାଜ ସେବା ପାଇଁ ସମର୍ପିତ ମନୋଭାବ ପାଇଁ ସମ୍ମାନିତ କରାଯାଇଥିଲା । ରେଡକ୍ରସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରେ ସ୍ବେଚ୍ଛାସେବୀ କୁମାରୀ ବିଶ୍ଵଜିତା ଗରଡ଼ା ଓ କୁମାରୀ ଅଭିଲିପସା ରଥ ଯଥାକ୍ରମେ ରଚନା ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରଯାଇଥିଲା।ରେଡକ୍ରସ ଆନ୍ଦୋଳନ କୁ ଆହୁରି ତୀବ୍ର କରିବା ପାଇଁ ରେଡ଼କ୍ରସ ଜିଲ୍ଲା ଆବାହକ ଦିଲ୍ଲୀପ କୁମାର ହୋତା ଆହ୍ବାନ କରିଥିଲେ। କଲେଜ ସ୍ତରରେ ରେଡକ୍ରସ କୁ ସକ୍ରିୟ କରିବା ସହ ଆଗାମୀ ଦିନରେ ଯୁବ ରେଡକ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ସୂଚନା ଦେଇଥିଲେ । ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲର ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସମଗ୍ର କାର୍ଯକ୍ରମ କୁ ବିଭିନ୍ନ ବିଭାଗ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରାସାଦ ହୋତ୍ତା । ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ବରେ ଥିଲେ ଯୁବ କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ, ନିର୍ମଳା ହିକିକା । ଶ୍ରୀ ଆଶୋକ ପାତ୍ର ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ ମାନପତ୍ର ପାଠ କରିବା ସହ ଆଦର୍ଶ ମହାବିଦ୍ୟାଳୟ ନବରଙ୍ଗପୁର ର କାଉନସିଲର ଡଃ ସଂଯୁକ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବୋପରି ପ୍ରାୟ ସତୁରି ସଭ୍ୟ ସଭ୍ୟା ଙ୍କୁ ନେଇ ଅନୁଷ୍ଠିତ ଉତ୍ସବ ରେ ଅନେକ ଗୁଡ଼ିଏ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like