-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

୪ କ୍ଵିଣ୍ଟାଲ ୩୧ କେଜି ଗଞ୍ଜେଇ ସହ ଟ୍ରକ, କାର ଓ ୫ ମାଫିଆ ଗିରଫ

30-Jul-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଜିଲ୍ଲା ପୋଲିସ ତଥା ଉଲୁଣ୍ଡା ପୋଲିସ କୁ ମିଳିଛି ଏକ ବଡ ସଫଳତା। ଦିନକୁ ଦିନ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ । ବୌଦ୍ଧ ଜିଲାରୁ ସୋନପୁର ରାସ୍ତା ଦେଇ ଟ୍ରକ୍‌ରେ ଦିଲ୍ଲୀ କୁ ଗଞ୍ଜେଲ ଚାଲାଣ ହେଉଥିଲା ବେଳେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ପୋଲିସ ଏହାକୁ ଧରିଛି। ମାଫିଆ ମାନେ ଗଞ୍ଜେଇ ଚାଲାଣ କରିବା ପାଇଁ ଟ୍ରକରେ ପ୍ରଥମେ କାଜୁ ଚୋପା ବୋଝେଇ କରିବା ପରେ ବୌଦ୍ଧ ଜିଲାକୁ ଆସି କାଜୁ ଚୋପା ଭିତରେ ଗଞ୍ଜେଇ ବସ୍ତାରେ ଭର୍ତ୍ତି କରି ଫୁଲବାଣୀ ପଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଟ ହୋଇ ସୁବର୍ଣ୍ଣପୁର ଦେଇ ଦିଲ୍ଲୀ କୁ ଚାଲାଣ କରୁଥିବା ବେଳେ ଏକ ବ୍ରିଜା କାରରେ ନଂ ଓଡି୦୭ଏନ -୧୯୧୮ ରେ ୩ ଜଣ ଯୁବକ ଟ୍ରକ୍‌କୁ ଏସକଟ ଦେଉଥିଲେ । ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇବା ପରେ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ସମ୍ବଲପୁର ରାସ୍ତାରେ ଯାଉଥିବା ବେଳେ ଉଲୁଣ୍ଡା ଥାନାଧିକାରୀ ଙ୍କୁ ଧରିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେବା ସହ ନିଜେ ମଧ୍ୟ ପରେ ପରେ ଗଞ୍ଜେଇ ବୋଝେଇ ଟ୍ରକ୍ ପିଛା କରିଥିଲେ । ଉଲୁଣ୍ଡା ଥାନା ଆଇଆଇସି ଲିଙ୍ଗରାଜ ସେଠୀ ଓ ଏସଆଇ ଦେବାଶିଷ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଉଲୁଣ୍ଡା ଥାନା ସମ୍ମୁଖରେ ଟ୍ରକ୍ ନଂ. ବିଆର ୦୬ ଜିଡି ୩୨୨୨ କୁ ଅଟକାଇ ତନଖି କରିବା ସମୟରେ କାଜୁ ଚୋପା ଭିତରେ ଥିବା ୧୩ଟି ବଡ ବସ୍ତାରେ ଥିବା ୪କୁଇଣ୍ଟାଲ ୩୧ କିଲୋ ୬୦୦ଗ୍ରାମ ଗଞ୍ଜେଇ ମିଳିଥିଲା।

ଏଥି ସହ ତାଙ୍କ ପାଖରୁ ନଗଦ ୧ ଲକ୍ଷ ୯୭ ହଜାର ଟଙ୍କା ଓ ୭ ଟି ମୋବାଇଲ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ବିହାର ମତିହାର ଜିଲ୍ଲା ମେହେସି ର ରାଜକୁମାର ରାଏ (୩୪), ହେଲପର ମୁଜାଫରପୁର ଜିଲ୍ଲା ମାଧପୁରହାଜର ଅଞ୍ଚଳର ବିକାଶ କୁମାର(୧୯)ଙ୍କୁ ଗିରଫ କରାଯାଇଥିଲା। ଏଥି ସହ କାରରେ ଏସକଟ ଦେଉଥିବା ଗଞ୍ଜେଇ ମାଫିଆ ବୌଦ୍ଧ ଜିଲା କଣ୍ଟାମାଳ ଥାନା ରୁଣ୍ଡି ମହୁଲ ଗ୍ରାମର ଶଙ୍କର୍ଷଣ ବାରିକ (୪୪), ମନମୁଣ୍ଡା ଥାନା ଧୁଙ୍ଗିଆପଦର ଗ୍ରାମର ପରାସର ଥାଟି (୨୨) ଓ ସମ୍ବଲପୁର ଜିଲ୍ଲା ଟାଉନ ଥାନା ନନ୍ଦପଡାର ଜଗଦୀଶ ବାଗ(୩୦) ଙ୍କୁ ଗିରଫ କରିବା ସହ ପୋଲିସ କାର, ଟ୍ରକ ଓ ଗଞ୍ଜେଇ ଜବତ କରି ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ନେଇ ଏକ ମାମଲା ଉଲୁଣ୍ଡା ଥାନା କେସ ନଂ ୧୦୧/୨୮.୭.୨୫ U/s-20(b)(ii)C/ 29 NDPS ଆକ୍ଟ ରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ତେବେ ଗିରଫ ଶଙ୍କର୍ଷଣଙ୍କ ନାମରେ ପୂର୍ବରୁ ମଧ୍ଯ ବଲାଙ୍ଗୀର ଟାଉନ ଥାନାରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ମାମଲା ଥିବା ପୋଲିସ କହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like