-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
26-Jul-2025
ଲୋଇସିଂହା, (ବିନୋଦ ଦୀପ) ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଗତକାଲି ଲୋଇସିଂହା ଗସ୍ତ ରେ ଆସି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଥିବା ନୂତନ ଶ୍ରେଣୀଗୃହ ର ଉଦଘାଟନ କରିଥିଲେ। ପରେ ବିଦ୍ୟାଳୟ ପରିଦର୍ଶନ କରି ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ l ଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟ ପୁସ୍ତକ ର ମନ୍ଦିର ଓ ମାଧ୍ୟାକର୍ଷଣ ଶକ୍ତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ l ନବମ ଶ୍ରେଣୀ ର ଜଣେ ଛାତ୍ରୀ ପ୍ରଶ୍ନ ର ସଠିକ ଉତ୍ତର ଦେଇଥିବାରୁ ମନ୍ତ୍ରୀ ଡ଼. ମହାଳିଙ୍ଗ ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଏହାସହ ସମସ୍ତ ଛାତ୍ରୀ ଙ୍କୁ ପରୀକ୍ଷା ରେ ଭଲ କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, ଉନ୍ନୟନ ବିଭାଗ ଯନ୍ତ୍ରୀ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ l