-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ତରଭା ର ବରିଷ୍ଠ ସାମ୍ବାଦିକ ରାଜ କୁମାର ମାହାଣା ଙ୍କ ବିୟୋଗ*- *ଜିଲ୍ଲା ତଥା ରାଜ୍ୟ ସାମ୍ୱାଦିକ ମହଲ ରେ ଶୋକ*-

26-Jul-2025



ସୋନପୁର  (ମନୋରଞ୍ଜନ ତ୍ରିପାଠୀ) ଆଜି ସକାଳ ଭୋର ୫.୩୦ ମି ରେ  ଖବର କାଗଜ ବିତରଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲା ର ତରଭା ବ୍ଲକ ର ବରିଷ୍ଠ ସାମ୍ବାଦିକ  (ପ୍ରମେୟ ପ୍ରତିନିଧି ) ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬  ) ଙ୍କ ବଲାଙ୍ଗୀର ମେଡିକାଲ ରେ ମୃତ୍ୟୁ ଘଟିଛି l  ଏ ଖବର ରେ ତରଭା ସୋନପୁର ବଲାଙ୍ଗୀର ଅଞ୍ଚଳ ସମେତ ସାରା ଓଡ଼ିଶାରେ ସାମ୍ୱାଦିକ ମହଲ ରେ ଶୋକ ଖେଳି ଯାଇଛି l ସେ ଜଣେ ଅତି ଭଦ୍ର, ସରଳ ,ନମ୍ର ସହ ଅମାୟିକ ବ୍ୟକ୍ତିତ୍ୱ ଓ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ l ନିଷ୍ଠା ଓ ନିର୍ଭୀକତା ର ସହିତ ସାମ୍ବାଦିକତା ବୃତ୍ତି ରେ ଶେଷ ଦିନ ଶେଷ ନିଃଶ୍ୱାସ ଯାଏ କାର୍ଯ୍ଯ କରି ଆସି ଥିଲେ l  ଶ୍ରୀ ମାହାଣା ଚାରି ମାସ ପୂର୍ବରୁ ଗୁରୁତର ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘଦିନ ଚିକିତ୍ସିତ ହୋଇ ଜୀବନ ମରଣ ସହ ବହୁ ସଂଘର୍ଷ କରି ସୁସ୍ଥ ହୋଇ ଥିଲେ ଓ ପୁଣି ଏକ ନୂଆଁ ଜୀବନ ଯାପନ ଆରମ୍ଭ କରିଥିଲେ l  ସଂଘ କର୍ମକର୍ତା ଓ ସୁବର୍ଣ୍ଣପୁର ର ପ୍ରାକ୍ତନ ଏସ ପି ରାମ ପ୍ରସାଦ ସାହୁ ତାଙ୍କ ଘର କୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ l ଆଜି ଏ ଖବର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ସମ୍ପାଦକ ଦୁର୍ଯୋଧନ ମହାରଣା ଉପ ସଭାପତି ଦୀପକ କୁମାର  ନାଏକ, ସୁଶାନ୍ତ ମହାପାତ୍ର , ରାକେଶ ଗୁପ୍ତା  ରମଣୀ ରଞ୍ଜନ ଦାସ , ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମାହାଦେବ ମଲ୍ଲିକ, ସୁଭାଷ ପଣ୍ଡା ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୁବର୍ଣ୍ଣପୁର ସମେତ ସମସ୍ତ ଜିଲ୍ଲା ର କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି l ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ମୁକେଶ ବଗର୍ତ୍ତୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସଂଘ ର ତରଭା ବ୍ଲକ ଶାଖା ର ବରିଷ୍ଠ ସଦସ୍ୟ ମାନ ଭଞ୍ଜନ ମିଶ୍ର, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ, କଲ୍ୟାଣ ପାଢ଼ୀ, ସମାଜ ସେବୀ ଜୟ ପ୍ରକାଶ ସାହୁ, ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ୍ ପଧାନ, କେ ବି କେ ପ୍ରମେୟ ପରିବାର ର ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ବଲାଙ୍ଗିର ପ୍ରମେୟ ସର୍ କୁଲେଶନ ମ୍ୟାନେଜର ବିଷ୍ଣୁ ଚରଣ ସାହୁ, ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର , ଅମର ଜିତ୍ ବେହେରା, ସବ୍ ଏଡ଼ିଟର ସଂଗ୍ରାମ ମିଶ୍ର ଙ୍କ ସମେତ ତରଭା ସୋନପୁର ଓ ବଲାଙ୍ଗିର ଅଞ୍ଚଳ ର ବହୁ ସାମ୍ୱାଦିକ , ରାଜ ନେତା, ବୁଦ୍ଧିଜୀବୀ, ସମାଜସେବୀ , ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନ ଘାଟରେ ଯୋଗ ଦେଇ ସ୍ୱର୍ଗୀୟ ଶ୍ରୀ ମାହାଣା ଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଧର୍ମ ପତ୍ନୀ, ପୁଅ , ପୁତ୍ର ବଧୂ, ଦୁଇ ଝିଅ,  ନାତି ନାତୁଣୀ ଶେଷ ଦର୍ଶନ କରି ଦୁଃଖ ରେ ଭାଙ୍ଗି ପଡ଼ିଥିଲେ l ତରଭା ବ୍ରିଜ ଶ୍ମଶାନ ଘାଟ ରେ ଶ୍ରୀ ମାହାଣା ଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡ ପୁଅ ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like