-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ମନ୍ଦକବି-ଯଶପ୍ରାର୍ଥୀଙ୍କ ଯଥେଚ୍ଛାଚାର, ଓଡ଼ିଆଅସ୍ମିତା ନାରାର ସରକାରର କଚେ ପବାର !

23-Jul-2025



ଏକାଡେମିର ଫେଚକାମି

ବଲାଙ୍ଗୀର/ଭୁବନେଶ୍ବର(ମଳୟ ମିଶ୍ରଙ୍କ ରିପୋର୍ଟ) ଅର୍ଦ୍ଧ-ସରକାରୀ ଭାବେ ପରିଚାଳିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସଂସ୍କୃତିବିଭାଗ ଅଧୀନସ୍ଥ କେନ୍ଦ୍ର ସାହିତ୍ଯ ଏକାଡେମି ବନାମ ଓଡ଼ିଶା ସାହିତ୍ଯ ଏକାଡେମିରେ ଯାହାସବୁ ଚାଲିଆସିଛି ସେକଥାରେ ଲେଖକ/ଲେଖିକାମାନେ ଯେତେବେଳେ ଚୁପ୍ ପଡିଛନ୍ତି, ପ୍ରକୃତଲେଖକ ଓ  ସାଧାରଣଲୋକଙ୍କ ପ୍ରତିକ୍ରିୟା ପ୍ରତି ସରକାର କର୍ଣ୍ଣପାତ ନ କରିବା ସ୍ୱାଭାବିକ।  ତଥାପି ଏଠି ପ୍ରଶ୍ନ ଉଠିବା ଆବଶ୍ୟକ ଯେ, ଏହି ଉଭୟ ଏକାଡେମିର ଅଧିକାରୀଙ୍କ ସମେତ ଜଡିତ ତଥାକଥିତ ମୁଣ୍ଡିମାନେ କିଏ ଓ  ଲୋକଙ୍କ କରରୁ ରାଜସ୍ବର ବିନର୍ବ୍ୟୟ କରିବାର ଅଧିକାର ସେମାନଙ୍କୁ କିଏ ଦେଇଛି ?  ଅଭିଯୋଗ ହେଉଛି ଯେ, ବସ୍ତୁତଃ ଏହି ସଂସ୍ଥାରେ ଦୀର୍ଘ ବର୍ଷ ହେଲା ମନ୍ଦକବି-ଯଶପ୍ରାର୍ଥୀଙ୍କର ଯଥେଚ୍ଛାଚାର ଚାଲିଛି  ଓ ତଥାକଥିତ କମିଟି, ସଦସ୍ଯତା, ପଦବୀରେ ଯେଉଁମାନେ ଯେନତେନ ପ୍ରକାରେଣ ପଛଦ୍ୱାର ବାଟେ ଓ ଲୋକଙ୍କର ପ୍ରାୟ ଅଗୋଚରରେ ଢୁକି ଯାଉଛନ୍ତି, ସରକାର ସେମାନଙ୍କ ପ୍ରତି ଅଭିଯୋଗ ସତ୍ତ୍ବେ ତଦନ୍ତ ସୁଦ୍ଧା କରନ୍ତିନାହିଁ  । ତେଣୁ ଦେଶ.ବନାମ ରାଜ୍ଯର ସାଂସ୍କୃତିକ ଓ ସାରସ୍ବତ ପରମ୍ପରା ନିମନ୍ତେ ସ୍ଥାପିତ ଏହି ଉଭୟ ଅନୁଷ୍ଠାନର ପ୍ରକୃତ ଲକ୍ଷ୍ୟ ଚରମ ଭାବେ ବ୍ୟାହତ ହେଉଛି। ଏ ପୁଞ୍ଜିଭୂତ ଅସନ୍ତୋଷର ବିସ୍ଫୋରଣ ଭବିଷ୍ୟତରେ କି ରୂପ ନେବ, ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ। 

ବିଗତ ନବୀନ ସରକାରରେ ମୁଖ୍ଯମନ୍ତ୍ରୀ ରାଜ୍ୟର ଭାଷା ଓଡିଆ କହିପାରନ୍ତି ନାହିଁ ବୋଲି ତାଙ୍କ ଶାସନକାଳର ଶେଷପର୍ଯ୍ୟନ୍ତ ଅପବାଦ ରହିଥିବା ସତ୍ତ୍ବେ ଦୀର୍ଘ ୨୪ବର୍ଷରେ ସେ ଏହା ଶିଖିପାରିଲେ ନାହିଁ କି ଏଥିପ୍ରତି ଭ୍ରୂକ୍ଷେପ ନକରିବା ସହ ଓଡିଶା ସାହିତ୍ଯ ଏକାଡେମିର ଭାଷାସାହିତ୍ୟର ସେପରି କୌଣସି ଉନ୍ନତି ପ୍ରତି ଧ୍ୟାନ ଦେଲେନାହିଁ। ଏବଂ ଏବର ଓଡ଼ିଆଅସ୍ମିତାର ଦ୍ବାହି ଦେଇ ଆସିଥିବା ମୋହନସରକାରରେ ନିଜେ ମୁଖ୍ଯମନ୍ତ୍ରୀଙ୍କ ଭାଷାଜ୍ଞାନ କିପରି ଲୋକେ ସାମାଜିକ ଗଣମାଧ୍ୟମ , ସଭାସମିତି ଓ ଅନ୍ୟତ୍ର ଦେଖିଆସୁଛନ୍ତି  ।

ଏତଦ୍ ବ୍ୟତୀତ ପୂର୍ବତନ ସରକାର ଅମଳରୁ ଓ ଏବର ସରକାରଙ୍କ ଏକବର୍ଷ ପରେ ମଧ୍ଯ ଓଡିଶା ସାହିତ୍ଯ ଏକାଡେମିର ସାଧାରଣ ପରିଷଦ, କାର୍ଯ୍ୟକାରିଣୀ କମିଟି, ଅନ୍ଯାନ୍ଯ କମିଟି ବା  ସଭାପତି, ଉପସଭାପତି ଇତ୍ୟାଦି ପଦବୀପୂରଣ ହୋଇନାହିଁ । ଗତଥର ଏକାଡେମିର କର୍ମକର୍ତ୍ତା ନିଯୁକ୍ତି ନିମନ୍ତେ କେତେକ ସୁବିଧାବାଦୀ ମନ୍ଦକବି-ଯଶପ୍ରାର୍ଥୀଙ୍କୁ ସୁହାଇଲା ଭଳି ବାରମ୍ବାର ଅଭିଯୋଗ ସତ୍ତ୍ବେ ଏକାଡେମିର ଇତିହାସରେ ପ୍ରଥମଥର ପାଇଁ ଏହି ସମ୍ମାନଜନକ ପଦବୀ ପାଇଁ ଦରଖାସ୍ତ ଆହ୍ବାନ, ଦରଖାସ୍ତକାରୀଙ୍କର ଆବେଦନକୁ ଫାଇଲ୍ ଉଡାଇଦେଇ କୋଭିଡ୍ ଆଳରେ ଆଭାସୀବୈଠକ ବା ପଛଦ୍ୱାର ନିଯୁକ୍ତି ଓ ମନଇଚ୍ଛା ଲବି, ସୁପାରିଶ, ପ୍ରିୟାପ୍ରୀତି ତୋଷଣ ବା ଧରାଧରିରେ ବହୁ ଅଯୋଗ୍ୟ/ଅଯୋଗ୍ୟା ତଥାକଥିତ ଲେଖକ/ଲେଖିକାଙ୍କୁ ବିଭିନ୍ନ କମିଟି ସଦସ୍ୟ/ସଦସ୍ୟା ମନୋନୟନ ଇତ୍ୟାଦି କରାଯାଇଥିଲା। ଏପରିକି ଜାତିଆଣ ମନୋବୃତ୍ତିରେ ପୂର୍ବପରମ୍ପରାକୁ ଭଙ୍ଗକରି ପଶ୍ଚିମ ଓଡିଶାରୁ ଉପସଭାପତି କିମ୍ବା ଜଣେ ବି କର୍ମକର୍ତ୍ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଶେଷରେ ଜଣେ ଉତ୍କଳପ୍ରସଙ୍ଗରୁ ଲକ୍ଷାଧିକ ଟଙ୍କା ଖାଇଥିବା ଚରିତ୍ରରେ ଆଞ୍ଚ ରହିଥିବା ଜଣେ ଅଧ୍ୟାପକ-କବି ସଂସ୍କୃତିବିଭାଗ ଦାୟିତ୍ବରେ ରହିଥିବା ଜଣେ  ଜାତିଆଣ ବିଦ୍ବେଷୀ ଧୂର୍ତ୍ତ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ଲାଙ୍ଗୁଡରେ ଓହଳି ମୁଖିଆଚୌକି ହାତେଇବାରେ ସଫଳ ହୋଇଯାଇଥିଲେ ।  

ଏଥର ମଧ୍ଯ ଅଦ୍ୟାପି ଏକାଡେମିର କର୍ମକର୍ତ୍ତା ନିଯୁକ୍ତିରେ କାହାକୁ ମନୋନୟନ/ଚୟନ ନିଯୁକ୍ତ କରାଯାଇ ନ ଥିବା ସ୍ଥଳେ କେମିତି କେଜାଣି  ଉପରୋକ୍ତ ଗୋଷ୍ଠୀର ସମ୍ପାଦକ ଜଣେ ଅଧିକାରୀ ସମ୍ପାଦକ ଚୌକି ହାସଲ କରି ଏହି ପଦବୀକୁ 'ସଚୀବ' ବୋଲି ପ୍ରଚାର କରି ଆତ୍ମଗର୍ବ ପ୍ରଚାର କରୁଥିବା ସହ ଏକାଡେମିର ଏକାଙ୍ଗ ଚକ୍ରବର୍ତ୍ତୀଙ୍କ ପରି ନିକୃଷ୍ଟ ସ୍ବାର୍ଥସାଧନ କରୁଥିବା ଅଭିଯୋଗର ଚର୍ଚ୍ଚା ହେଉଛି । 

ତେବେ ପୂର୍ବ ସରକାରଙ୍କ ଅମଳରେ କେତେକ ଉପକୂଳିଆଙ୍କ ପ୍ରାଦୁର୍ଭାବ ରହିଥିଲାବେଳେ, ଏବେ ପଶ୍ଚିମଓଡିଶାର ବନାମ ବଲାଙ୍ଗୀର ଜିଲ୍ଲାର ଦୁଇଜଣ କରିତ୍ କର୍ମା ଚକ୍ରାନ୍ତ ଚଳାଇ ରାଜନୈତିକ ଲବିରେ ସରକାରଙ୍କ ଉଦାସୀନତାର ଫାଇଦା ନେଉଥିବା ଦେଖାଯାଇଛି । ଦୁର୍ଭାଗ୍ୟବଶତଃ ଏମାନଙ୍କ ମଧ୍ଯରେ ଜଣେ  ସାହିତ୍ଯର ସ- ଅକ୍ଷର ଜାଣି ନଥିବା ମିଛୁଆରାଧୁଆ ମୂର୍ଖ କପିଳା ମୁଣ୍ଡରେ ଶିରୀପା ବାନ୍ଧି କେନ୍ଦ୍ର ସାହିତ୍ଯ ଏକାଡେମିର ଜଣେ ଅଧିକାରୀ ଓ ଆରଜଣକ ଏକାଧିକ ବିଭାଗ ଓ ପଦବୀ ଡେଇ ଡେଇଁ ବୟସ ଗଡିଗଲାବେଳକୁ ଧରାଧରିରେ ପୁଅ ପାଇଲା ପରି ଯୁବ ପୁରସ୍କାର ହାତେଇ ଏଠି ରାଜ୍ୟସାହିତ୍ୟର କର୍ଣ୍ଣଧାର ପାଲଟିଛନ୍ତି । ଏବଂ ଏମାନଙ୍କୁ ଠେଲୁଛନ୍ତି ପେଲିଛନ୍ତି ଆମ ଓଡ଼ିଆସାହିତ୍ୟର ଗୋଡ ତଳକୁ ଟାଣିବାର ପଣ କରିଥିବା ସାହିତ୍ଯ ଚୋରି କରି ଥରେ ଧରାପଡିଥିବା ଓ ରାଜ୍ଯ ଏକାଡେମିର ସଭାପତି ଚୌକିକୁ ଆଖେଇଥିବା ଏକଦା ଏକ ବେପାରୀମିଡିଆହାଉସ୍ ର ଗୁମାସ୍ତା ଥାଇ ଏବେ କୋଣଠେସା ହେଇପଡିଥିବା ନିତାଇଗୌର ହରିଦାସ ।  ଏବର ଏକାଡେମି ସାହିତ୍ଯ ଯଜ୍ଞର ହୋତା ଇତିମଧ୍ୟରେ ଏକାଧିକ ସାହିତ୍ଯ ସଭା,  ସମାବେଶ ଆୟୋଜନ କରି ମନଇଚ୍ଛା ଗୋଡାଣିଆ ଓଡ଼ିଆ ଲେଖକମାନଙ୍କୁ ଡାକି ବାହାବା' ନେଉଥିବା ଦେଖା ଯାଇଛି । ଏଥିରେ ଅନ୍ୟତମ ସହଯୋଗୀ ପାଲଟିଛନ୍ତି ଜଣେ ତଥାକଥିତ ଘୋଡାମୁହାଁ ଗାଳ୍ପିକ-ପ୍ରଶାସକ ରକ୍ ଫୋର୍ଡ ବ୍ରାଣ୍ଡ୍ ମନ୍ତ୍ରୀଙ୍କ ଚାଟୁକାର ସାଜି  ।  ଗଜାଲେଖକଙ୍କ ଗୋଠ ପରେ 'ଏଥକର 'ପୂର୍ବାଞ୍ଚଳୀୟ' ଲେଖକ ସମାବେଶରେ ଆମର ଭାଗ ନାହିଁ ' ବୋଲି ରାଜ୍ୟର ବହୁ ଲେଖକ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିହାଲ୍  ହେଇଗଲା ଓଡ଼ିଆ ସାହିତ୍ୟ ଏମିତି ଫେଚ୍ କାମିରେ ଏଥର ହୋ  !  ଜୟକଳା  ।   

ଆହୁରି ବି ବଲାଙ୍ଗୀରରେ ଏହି ସରକାରର ସାହିତ୍ଯ ଓ ସଂସ୍କୃତିର ଯଥେଚ୍ଛାଚାର ଚାଲିଛି। ଗତ ସରକାରଙ୍କ ଅମଳରେ ଜିଲ୍ଲାସ୍ତରୀୟ ପୁସ୍ତକମେଳାକୁ ସଂସ୍କୃତିବିଭାଗରୁ ଅଯାଚିତ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ୪ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଚଳିତବର୍ଷ ଜିଲ୍ଲାର ମର୍ଯ୍ୟାଦାଜନକ ସାହିତ୍ଯ ଅନୁଷ୍ଠାନ ଜିଲ୍ଲା ଲେଖକ ପରିଷଦର ବାରମ୍ବାର ଆବେଦନ , ଭୁବନେଶ୍ବରକୁ ଏକାଧିକ ବାର ଧାଇଁବା ଓ ଏଠାକୁ ଆସିଥିବା ବେଳେ ଓ ତାଙ୍କ ବାସଭବନରେ ଭେଟିବାରୁ ପ୍ରତିଶ୍ରୁତି ଦେଇ ମଧ୍ଯ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୧୦ ଦିବସୀୟ ରାଜ୍ୟସ୍ତରୀୟ 'ବଲାଙ୍ଗୀର ବହିହାଟ- ୨୦୨୫ ' ପାଇଁ ୮ ଲକ୍ଷ ଟଙ୍କାର ବ୍ୟୟ ରିପୋର୍ଟ ଦାଖଲ କରିଥିବା ସତ୍ତ୍ବେ ବହୁକଷ୍ଟରେ ମାତ୍ର ୧ଲକ୍ଷ ଟଙ୍କାର ଅନୁମୋଦନ କରିଛନ୍ତି। ଏଣୁ ଏହା କି ପ୍ରକାର ଓଡ଼ିଆଅସ୍ମିତା ବୁଝିହେଉ ନାହିଁ ବୋଲି ପରିଷଦ ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି। ମୁଖ୍ଯତଃ ସଂସ୍କୃତି ନିର୍ଦ୍ଦେଶକଙ୍କୁ ପରିଷଦ ପକ୍ଷରୁ ଏବର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କ ବିବାଦୀୟ କାର୍ଯ୍ୟକଳାପ ଜିଲ୍ଲାର ସାହିତ୍ଯ ବାତାବରଣ ଓ ଲେଖକଙ୍କୁ ଅତିଷ୍ଠ କରିପକାଇ ଥିବାର ଅଭିଯୋଗ ପ୍ରକାଶ ପାଇଆସୁଛି। 

ଏତଦ୍ ବ୍ୟତୀତ ଜିଲ୍ଲାଠାରୁ ରାଜ୍ୟର ଭାଷା ସାହିତ୍ୟର ପ୍ରାୟ ସମସ୍ତ କମିଟି, ବ୍ୟୟ, ସଭାସମିତି, ପୁରସ୍କାର ପ୍ରଦାନ ଇତ୍ୟାଦି ରେ ମନୋପଲି ଚାଲିଛି । ନୂତନକମିଟି ଗଠନ ହେଉନାହିଁ ବା ପ୍ରକୃତଲେଖକଙ୍କୁ ଅବହେଳା ଅଭିଯୋଗର ଉଚିତ ବିଚାର ହେଉନାହିଁ । ଏଥିର ସରକାରୀ ଅର୍ଥ ଅନୁଦାନକୁ ଅଧିକାରୀମାନେ ମୁଷ୍ଠିମେୟ ତଥାକଥିତ ଲେଖକଙ୍କୁ ହାତକରି ପୈତୃକଧନ ପରି ବାଟମାରଣା କରିଚାଲିଛନ୍ତି। ଫଳରେ ଦିନକୁ ଦିନ ଓଡ଼ିଆ ସାହିତ୍ୟର ମାନ ହ୍ରାସ ପାଇ ଚାଲିଛି ଓ  ତଥାକଥିତ ଓଡ଼ିଆଅସ୍ମିତା ପ୍ରହସନରେ ପରିଣତ ହେଲାଣି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like