-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
22-Jul-2025
ବରଗଡ଼(ପ୍ରେରଣା ଖବର)- ବରଗଡର ଅଗ୍ରଣୀ ମହାବିଦ୍ୟାଳୟ ଆପ୍ରାଇଜ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ପରିବେଶ ସୁରକ୍ଷା ତଥା ବୃଯ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭେଡେନ ରୋଡ଼ର ରାସ୍ତା କଡ଼ରେ ବିଭିନ୍ନ ପ୍ରକାରର
ବୃକ୍ଷରୋପଣ କରାଯାଇଥିଲା,ଏଥିରେ ଦେବଦାରୁ, କୃଷ୍ଣଚୁଡା, ଆମ୍ବ, ନିମ୍ବ ଗଛ ରୋପଣ କରାଯାଇଥିଲା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ମୁକୁନ୍ଦ ଦାଶ ସଚେତନତା କରିବା ସହିତ ରୋପଣ କାର୍ଯ୍ୟକ୍ରମରେ
ସହଯୋଗ କରିଥିଲେ,ଏଥିରେ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ, ଆପ୍ରାଇଜ ଗୃପ ର ଅଧ୍ୟକ୍ଷ ଇଂ ଜଗଦିଶ ଚନ୍ଦ୍ର ବେହେରା ଏହା ୨ ମାସ ପର୍ଯ୍ୟନ୍ତ ଏହି ସଚେତନତା କରିବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସତେତନତା କରିଥିଲେ l