-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
22-Jul-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ନବଚିନ୍ତନ ଓ ଷ୍ଟାର୍ଟ ଅପ୍ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହାକୁ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ । ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର କାର୍ଯ୍ୟକ୍ରମର ରୂପରେଖ ଉପରେ ସୂଚନା ଦେବାପରେ ନବଚିନ୍ତନ ଓ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ମାଧ୍ୟମରେ ତାର ସମସ୍ୟା,ସମାଧାନ ଓ ଗୁରୁତ୍ତ୍ଵ ଉପରେ ପୁଙ୍ଖାଉପୁଙ୍ଖ ଆଲୋଚନା କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କୁ ନେଇ ତର୍କ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ ଓଡ଼ିଆ ଅଧ୍ୟାପକ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା,ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।