-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ନୂଆପଡା(ପ୍ରେରଣା ଖବର ବ୍ୟୁରୋ) : ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ପହଞ୍ଚି ଭୟଭୀତ ନହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛି ବନ ବିଭାଗ ।
୨୦୧୭ ମସିହାରେ ହଳଦୀ ଗାଁରେ ୨ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇଥିଲା ବାଘ । ତେବେ ବନବିଭାଗର ଚେଷ୍ଟା ପରେ ସେହି ୨ଟି ବାଘକୁ ପିଞ୍ଜରା ବସାଇ ଧରିଥିଲା । ପରେ ସେହି ବାଘ ଦୁଇଟିକୁ ନନ୍ଦନକାନନକୁ ଅଣାଯାଇଥିଲା । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ବାଘ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି ।